କୋଟିଆ ରଥଯାତ୍ରାରେ ଆନ୍ଧ୍ରକୁ ସନ୍ଦେଶ; ଓଡ଼ିଶାରେ ଥିଲା, ଅଛି, ରହିବ: ଉପମୁଖ୍ୟମନ୍ତ୍ରୀ

Advertisment

କୋଟିଆ ମାଟିରେ ରଥଯାତ୍ରା ବେଳେ ଏକାଠି ହୋଇଛନ୍ତି ଶାସକ ଓ ବିରୋଧୀ ଦଳ। ଆନ୍ଧ୍ରକୁ ଦିଆଯାଇଛି ସ୍ପଷ୍ଟ ବାର୍ତ୍ତା। କୋଟିଆକୁ ନେଇ ରହିଥିବା ଦ୍ବନ୍ଦ୍ବ ଦୂର କରିବା ସହ ମିଳିତ ପ୍ରୟାସ ଚାଲିଥିବା ସୂଚନା ଦେଇଛନ୍ତି।

କୋଟିଆ ମାଟିରେ ରଥଯାତ୍ରା ବେଳେ ଏକାଠି ହୋଇଛନ୍ତି ଶାସକ ଓ ବିରୋଧୀ ଦଳ। ଆନ୍ଧ୍ରକୁ ଦିଆଯାଇଛି ସ୍ପଷ୍ଟ ବାର୍ତ୍ତା। କୋଟିଆକୁ ନେଇ ରହିଥିବା ଦ୍ବନ୍ଦ୍ବ ଦୂର କରିବା ସହ ମିଳିତ ପ୍ରୟାସ ଚାଲିଥିବା ସୂଚନା ଦେଇଛନ୍ତି।

ffhfshhfs

କୋରାପୁଟ: କୋଟିଆ ମାଟିରେ ରଥଯାତ୍ରା ବେଳେ ଏକାଠି ହୋଇଛନ୍ତି ଶାସକ ଓ ବିରୋଧୀ ଦଳ। ଆନ୍ଧ୍ରକୁ ଦିଆଯାଇଛି ସ୍ପଷ୍ଟ ବାର୍ତ୍ତା। କୋଟିଆକୁ ନେଇ ରହିଥିବା ଦ୍ବନ୍ଦ୍ବ ଦୂର କରିବା ସହ ମିଳିତ ପ୍ରୟାସ ଚାଲିଥିବା ସୂଚନା ଦେଇଛନ୍ତି। ବିବାଦୀୟ ଭୂଖଣ୍ଡ କୋଟିଆରେ ଦିନକ ପରେ ଆୟୋଜିତ ହୁଏ ରଥଯାତ୍ରା। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ୫ ଜଣ ମନ୍ତ୍ରୀ, କୋରାପୁଟ ଓ ନବରଙ୍ଗପୁର ସାଂସଦ, କୋରାପୁଟର ସମସ୍ତ ବିଧାୟକ ଓ ସବୁ ଦଳର ନେତା ଯୋଗ ଦେଇଥିଲେ। ଭାବରେ ବୁଡ଼ି ଭକ୍ତିର ସହ ରଥ ଟାଣିଥିଲେ। ଏହାପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ, କୋଟିଆ ଓଡ଼ିଶାରେ ଥିଲା। ଏବେ ଅଛି ଏବଂ ଆଗକୁ ବି ରହିବ। ତେଣୁ ମନରେ କୌଣସି ସନ୍ଦେହର ଅବକାଶ ନାହିଁ। 

ସେହିପରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, କୋଟିଆ ପାଇଁ ସରକାର ଏବଂ ଓଡ଼ିଶାବାସୀଙ୍କ ଭାବନା ଗୋଟିଏ। ତେଣୁ ସବୁ ଦଳର ନେତା ଆଜି ଏକାଠି ହୋଇଛନ୍ତି। କୋଟିଆର ବିକାଶ ସହ ସମସ୍ୟାର ସମାଧାନକୁ ପ୍ରାଥମିକତା ଦିଆଯାଇଛି। ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କ ପରାମର୍ଶ ନେଇ ଯେଉଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି ତାହା ଏବେ ଶେଷ ପର୍ଯ୍ୟାୟରେ ରହିଛି। ସମସ୍ତ ବିଭାଗର ସହଯୋଗରେ କୋଟିଆର ବିକାଶ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହେବ। ସେହିପରି ପୂର୍ବ ସରକାରଙ୍କୁ ଟାର୍ଗେଟ୍‌ କରି କହିଥିଲେ, କୋଟିଆ ପାଇଁ କୌଣସି ଖସଡ଼ା ପ୍ରସ୍ତୁତ କରିନାହାନ୍ତି। ନଚେତ୍‌ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିନଥାନ୍ତା। ‌କୋଟିଆକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ ପୂର୍ବ ସରକାର ହରିଯାଇଥିଲେ। ତେଣୁ ମାମଲାକୁ ପୁନର୍ଜୀବିତ କରିବାକୁ ରାଜ୍ୟ ସରକାର ବର୍ତ୍ତମାନ ଉଦ୍ୟମ କରୁଛନ୍ତି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଅବିଭକ୍ତ କୋରାପୁଟ ଜିଲ୍ଲାର ସମ୍ମାନ ହେଉଛି କୋଟିଆ। କୋଟିଆକୁ ହଡ଼ପ ପାଇଁ ଆନ୍ଧ୍ରକୁ ସୁଯୋଗ ଦିଆଯିବ ନାହିଁ। ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ନେତା ଏକାଠି ହେବା ତାହାର ବଡ଼ ପ୍ରମାଣ। କୋଟିଆ ହିଁ ଆମ ଅସ୍ମିତା ଓ ଅସ୍ତିତ୍ବ। ତେଣୁ ବିକାଶ ଲାଗି ଯାହା ଆବଶ୍ୟକ ନିଶ୍ଚିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe