କୋରାପୁଟ : ବିବାଦୀୟ କୋଟିଆ ଗ୍ରାମପୁଂଜ ଉପରେ ଆନ୍ଧ୍ର ସରକାର ଆଖି ପକାଇ ଗ୍ରାମବାସୀଙ୍କୁ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ସମର୍ଥନ ହାସଲ କରିବାକୁ ଉଦ୍ୟମ ଚଳାଇଛି। ତେବେ ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କୋଟିଆ ଅଂଚଳ କେବଳ ଓଡ଼ିଶାର ବୋଲି ଯୁକ୍ତି ଦର୍ଶାଇଛନ୍ତି। କୋଟିଆର ୨୧ଗ୍ରାମ ଓ ୭ଟି ପଡାଗାଁ ଅବିଭକ୍ତ କୋରାପୁଟ ଜିଲ୍ଲା ନକ୍ସାରେ ରହିଛି ବୋଲି ଶ୍ରୀ ପରିଡା କହିଛନ୍ତି। କୋରାପୁଟର ପ୍ରଥମ ଜିଲ୍ଲାପାଳ ଆର.ସି.ଏସ ବେଲଙ୍କ କନ୍ୟା ଆଲେକ୍ସ ଟନର ଓ ଜ୍ୱାଇଁ ଡେଭିଡ ଟନର କୋରାପୁଟ ଗସ୍ତ ସମୟରେ କୋରାପୁଟ ଜିଲ୍ଲା ନକ୍ସା ଓ ଗେଜେଟେର ଯଦି ଅଛି ପ୍ରଦାନ କରିବାକୁ ଆମ କୋଟିଆ ସଂଗଠନ ଅନୁରୋଧ କରିଥିଲେ। ଅଷ୍ଟ୍ରେଲିଆର ତାସମାନିଆରେ ରହୁଥିବା ଆଲେକ୍ସ ଓ ଡେଭିଡ ୧୯୪୫ମସିହାରେ ନିର୍ମିତ ନକ୍ସାକୁ ୩ଦିନ ତଳେ କୋରାପୁଟ ପଠାଇଛନ୍ତି। ଏହି ନକ୍ସାରେ ତାଡିବାଲେସା ରାସ୍ତା କୋରାପୁଟ ଜିଲ୍ଲା ଭିତରେ ରହିଥିବାରୁ ତାଡିବାଲେସା, ନାରାଡିବାଲେସା ଗ୍ରାମ ସବୁ ଓଡିଶାର ବୋଲି ପ୍ରମାଣିତ ହୋଇଛି ବୋଲି ଶ୍ରୀ ପରିଡା ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଚାହିଁଲେ ସେ ନକ୍ସା ଗୁଡିକୁ ସରକାରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି।
କୋଟିଆର ୨୧ ଗ୍ରାମପୁଞ୍ଜ ଓଡ଼ିଶାର
Advertisment
Follow Us