ଓଡ଼ିଶା ହାତରୁ ଖସୁଛି କୋଟିଆ : ଗୃହ କମିଟି ନିଷ୍ପତ୍ତି କାର୍ଯ୍ୟକାରୀ ହେଉନି କାହିଁକି?

Advertisment

ସମୀକ୍ଷା କରିବେ ସରକାର

ସମୀକ୍ଷା କରିବେ ସରକାର

ଓଡ଼ିଶା ହାତରୁ ଖସୁଛି କୋଟିଆ : ଗୃହ କମିଟି ନିଷ୍ପତ୍ତି କାର୍ଯ୍ୟକାରୀ ହେଉନି କାହିଁକି?

ଭୁବନେଶ୍ୱର : କୋଟିଆରେ ଆନ୍ଧ୍ର ସରକାରଙ୍କ ଦାଦାଗିରି ନେଇ ଚର୍ଚ୍ଚା ଜୋର ଧରିବା ସହିତ ରାଜ୍ୟ ସରକାରଙ୍କ କାଳକ୍ଷେପଣ ନୀତି ବି ପଦାକୁ ଆସିଛି। ଗତ ନଭେମ୍ବର ଶେଷ ସପ୍ତାହରେ ବିଧାନସଭା ଗୃହ କମିଟି ବୈଠକରେ ସୀମା ବିବାଦକୁ ନେଇ ହୋଇଥିବା ଆଲୋଚନା ଓ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି କି? ଏମିତି ଏକ ପ୍ରଶ୍ନ ଏବେ ସବୁ ମହଲକୁ ଘାରିଲାଣି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଥିଲା ଯେ ଏକ ସବ୍‌ କମିଟି ଗଠନ ହେବ ଓ ଏହି କମିଟି ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥିତି ପରଖିବ। ମାତ୍ର ଏଯାଏ ସବ୍‌ କମିଟି ଗଠନ ହୋଇପାରିନାହିଁ। ସେହିଭଳି ବିବାଦୀୟ ଗ୍ରାମ ସଂପର୍କରେ ଆର୍‌ଡିସିଙ୍କୁ ଅନୁଧ୍ୟାନ କରି ରିପୋର୍ଟ ମଗାଯିବାକୁ ବି ଯୋଜନା ହୋଇଥିଲା। ହେଲେ ଏ ଦିଗରେ ବି ପଦକ୍ଷେପ ନିଆଯାଇନାହିଁ କିମ୍ବା ଆର୍‌ଡିସି ରିପୋର୍ଟ ଦେଇନାହାନ୍ତି।

publive-imageଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ସୀମାରେ ଥିବା କୋଟିଆ ଗ୍ରାମପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ କମ୍ବଳ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟାଯିବା ପ୍ରସଙ୍ଗରେ ପୁଣି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ସେ କହିଛନ୍ତି, ଆନ୍ଧ୍ରପ୍ରଦେଶର କିଛି ଅଫିସର୍‌ ଆସି କମ୍ବଳ ବାଣ୍ଟିଥିବାର ରିପୋର୍ଟ ଜିଲ୍ଲାପାଳଙ୍କ ଠାରୁ ମିଳିଛି। ଆମେ ସଂପୃକ୍ତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଡାକୁଛୁ। ମୁଖ୍ୟ ଶାସନ ସଚିବ ବି ସେଥିରେ ଉପସ୍ଥିତ ରହିବେ। ସେଠାରେ କି ଉନ୍ନତିମୂଳକ ପଦକ୍ଷେପ ନିଆଯାଇଛି ଓ କି ପଦକ୍ଷେପ ନେବାର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ତର୍ଜମା କରାଯାଇ ପଦେକ୍ଷପ ନିଆଯିବ। ଆମେ ସୁପ୍ରିମକୋର୍ଟରେ ଆଗରୁ କେସ୍‌ ହାରିଥିଲୁ। ସେ ସମ୍ପର୍କରେ ପରବର୍ତ୍ତୀ ପଦକ୍ଷେପ କ’ଣ ନିଆଯାଇପାରିବ, ସେଥିପାଇଁ ଆମେ ସାମ୍ବିଧାନିକ ବେଞ୍ଚ୍‌କୁ ଯିବୁ। ଆଇନ୍‌ ବିଭାଗ ଓ ଏଜିଙ୍କ ମତାମତ ଲୋଡ଼ିବୁ। ଆଇନଗତ ପଦକ୍ଷେପ ସହ ଯାହା ଉନ୍ନତିମୂଳକ କାର୍ଯ୍ୟ କରାଯାଇପାରିବ, ତାହା କରିବୁ। କୋଟିଆ ଗ୍ରାମପଞ୍ଚାୟତରେ ୨୮ଟି ଗାଁ ଅଛି। ୨୧ଟି ଗାଁକୁ ନେଇ ଆନ୍ଧ୍ର ସହ ବିବାଦ ଅଛି। ସେହି ଗାଁରେ କ’ଣ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି, ସେ ସମ୍ପର୍କରେ ଆଲୋଚନା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe