କୌଶଳ ମହୋତ୍ସବ: ୧୨୦୦ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ

Advertisment

ଜଳ, ସ୍ଥଳ, ରେଳ ଓ ଆକାଶପଥର ହେବ ବିକାଶ: ଧର୍ମେନ୍ଦ୍ର

ଜଳ, ସ୍ଥଳ, ରେଳ ଓ ଆକାଶପଥର ହେବ ବିକାଶ: ଧର୍ମେନ୍ଦ୍ର

କୌଶଳ ମହୋତ୍ସବ: ୧୨୦୦ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ

କାମାକ୍ଷାନଗର : ସୁକିନ୍ଦା-ଅନୁଗୁଳ ରେଳପଥ, ଢେଙ୍କାନାଳ-କେନ୍ଦୁଝର ଜାତୀୟ ରାଜପଥ ଓ ବ୍ରାହ୍ମଣୀ ନଦୀରେ ତାଳଚେରଠାରୁ ପାରାଦୀପ ଓ ଧାମରା ବନ୍ଦର ପର୍ଯ୍ୟନ୍ତ ଜଳପଥର ଉନ୍ନତି କରାଯିବ। ବିରାଶାଳଠାରେ ଥିବା ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରର ବିକାଶ କରାଯିବ। ରାଜ୍ୟରେ ଜଳ, ସ୍ଥଳ, ରେଳ ଓ ଆକାଶ ପଥର ଉନ୍ନତି କରାଯିବାକୁ ଯୋଜନା କରାଯାଇଛି। ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍‌ ପରିସରରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମଶୀଳତା ମନ୍ତ୍ରାଳୟ ପକ୍ଷରୁ ‘କୌଶଳ ମହୋତ୍ସବ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଆଜିର ଏହି କାର୍ଯ୍ୟକ୍ରମରେ ୭୩ଟି କମ୍ପାନି ଯୋଗଦେଇ ପ୍ରାୟ ୧୨ ଶହ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ଦେଇଛନ୍ତି। ଏହା ଆରମ୍ଭ ମାତ୍ର, ଆଗାମୀ ଦିନରେ କାମାକ୍ଷାନଗର ଅଞ୍ଚଳକୁ ଭାରତବର୍ଷର ଏକ ଅଗ୍ରାମୀ ଅଞ୍ଚଳ ଭାବେ ଗଢିବା ତାଙ୍କର ଲକ୍ଷ୍ୟ। ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ସେ କହିଥିଲେ।

ଏହି ସଭାରେ ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅନ୍ୟତମ ଅତିଥି ଭାବରେ ଯୋଗଦେଇ କାମାକ୍ଷାନଗରଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରାଜନୀତିରୁ ଊର୍ଦ୍ଧ୍ବରେ ରହି ମାଟିର ଉନ୍ନତି ପାଇଁ ଆଗରେ ଆସିବାକୁ ଆହ୍ୱାନ ଦେଇଥିଲେ। ସାଂସଦ ମହେଶ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କମ୍ପାନିଗୁଡ଼ିକ ଅଧିକରୁ ଅଧିକ ଆଗ୍ରହୀ ହୋଇ ନିଯୁକ୍ତି ଦେବାକୁ ଅନୁରୋଧ କରି କହିଥିଲେ।

କାର୍ଯ୍ୟକ୍ରମରେ ଜାତୀୟ ଦକ୍ଷତା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ବେଦମଣି ତିୱାରୀ ଆଭିମୁଖ୍ୟ କହିବା ସହ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ଜାତୀୟ ଦକ୍ଷତା ପରିଷଦର କାର୍ଯ୍ୟ ନିର୍ବାହୀ ଉପ ସଭାପତି ଡ. ମନୀଷ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe