ଭୁବନେଶ୍ବର : ୨୦୦୨ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଡା. କ୍ରିଷନ କୁମାରଙ୍କୁ କେନ୍ଦ୍ର ବାଣିଜ୍ୟ ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ କିମ୍ବା ଆଗାମୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ (ଯାହା ଶୀଘ୍ର ହେବ) ସେ ଏହି ପଦବିରେ କାର୍ଯ୍ୟ କରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ସଚିବ ଏବଂ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ଶ୍ରୀ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଆବେଦନ କରିଥିବାବେଳେ ଗତବର୍ଷ ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। ଆଜି ନୂଆ ନିଯୁକ୍ତି ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।
କ୍ରିଷନ କୁମାର ହେଲେ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ
Advertisment
Follow Us