ମାର୍ଚ୍ଚ ୧୫ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କୃଷି ଓଡ଼ିଶା-୨୦୨୧

Advertisment
ମାର୍ଚ୍ଚ ୧୫ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କୃଷି ଓଡ଼ିଶା-୨୦୨୧

ଭୁବନେଶ୍ୱର : ଚଳିତ ବର୍ଷ କୃଷି ଓଡ଼ିଶା-୨୦୨୧ ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ସହଯୋଗରେ ୫ ଦିନିଆ କୃଷି ଓଡ଼ିଶା ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆଠାରେ ଆୟୋଜନ କରାଯିବା

ଆଜି ଏହି ପରିପ୍ରେକ୍ଷୀରେ କୃଷି ଭବନଠାରେ ଏକ ପ୍ରସ୍ତୁତି ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ "ସମନ୍ୱିତ ଚାଷ: ଚାଷୀଙ୍କ ବିକାଶ' ରଖାଯାଇଥିବାବେଳେ କୃଷି ଓଡ଼ିଶାର ଆୟୋଜନ ଯେପରି ରାଜ୍ୟର କୃଷି ଓ କୃଷକମାନଙ୍କ ଉନ୍ନତି ଦିଗରେ ସହାୟକ ହୋଇପାରିବ ସେଥି ନିମନ୍ତେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ ବିଭିନ୍ନ ବିଭାଗ ସହିତ ଉପଯୁକ୍ତ ସମନ୍ୱୟ ରଖି କୃଷି ଓଡ଼ିଶା ଆୟୋଜନକୁ ସଫଳ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ ଚଳିତ ବର୍ଷ କୃଷି ଓଡ଼ିଶା ୨୦୨୧ରେ କୃଷକ ଉତ୍ପାଦକ ସଂଗଠନ, ମିଲେଟ୍ ମିଶନ ଓ ମିଶନ ଶକ୍ତି, ଅମଳ ପରବର୍ତ୍ତୀ ଫସଲ ପରିଚାଳନା ନିମନ୍ତେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଆଦି ବିଷୟ ଉପରେ କେନ୍ଦ୍ରିତ ହେବା କୋଭିଡ୍-୧୯ ମାର୍ଗଦର୍ଶିକାକୁ ପାଳନ କରି କୃଷି ଓଡ଼ିଶାର ଆୟୋଜନ କରାଯିବାବେଳେ ଏହାକୁ ଯେପରି ଅଧିକରୁ ଅଧିକ ଲୋକ ଦେଖିପାରିବେ ସେଥି ନିମନ୍ତେ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ କରାଯିବା ପାଇଁ ବୈଠକରେ ସ୍ଥିର ହୋଇଥିଲା ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍ ରଘୁପ୍ରସାଦ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଫିକିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe