ଦାଦନ ଖଟିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ କୃଷ୍ଣଚନ୍ଦ୍ର

ମାଥିଲି ବ୍ଲକର ବହୁ ଶ୍ରମିକ ପେଟ ପାଳିବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥାନ୍ତି। ସେଠାରେ ଅନେକ ଲୋକ ଦୁର୍ଘଟଣାରେ ଶିକାର ହୋଇଥିବା ନଜରି ରହିଛି। ସଦ୍ୟତମ ଘଟଣାକ୍ରମରେ ମାଥିଲି ବ୍ଲକର ଚାଉଳମେନ୍ଧି ଗ୍ରାମର ଯୁବ ଶ୍ରମିକ କୃଷ୍ଣଚନ୍ଦ୍ର ନାଲି କାମ ଉଦେଶ୍ୟରେ ତେଲଙ୍ଗାନା ପହଞ୍ଚିଥିଲେ।

bb845b64-550e-4937-bfb6-9f875066c7e3

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ବହୁ ଶ୍ରମିକ ପେଟ ପାଳିବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥାନ୍ତି। ତେବେ ସେଠାରେ ଦୁର୍ଘଟଣାରେ ଶିକାର ହୋଇ ଅନେକ ଘରେ ଅକାମି ହୋଇ ପଡି ରହିଥାନ୍ତି। ସଦ୍ୟତମ ଘଟଣାକ୍ରମରେ ମାଥିଲି ବ୍ଲକର ଚାଉଳମେନ୍ଧି ଗ୍ରାମର ଯୁବ ଶ୍ରମିକ କୃଷ୍ଣ ଚନ୍ଦ୍ର ନାଲି କାମ ଉଦେଶ୍ୟରେ ତେଲଙ୍ଗାନା ରାଜ୍ୟ ନିଜାମବାଦରେ ପହଞ୍ଚିଥିଲେ। ସେଠାରେ ଗୋଟିଏ ସ୍କୁଲ ଛାତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। 

ତେବେ ଛାତରେ କାମ କୁରୁଥିବା ସମୟରେ ଛାତରୁ ଅଚାନକ ଖସି ପାଖରେ ଥିବା ବିଦ୍ୟୁତ ତାର ଉପରେ ପଡିଯିବା ଫଳରେ କୃଷ୍ଣଚନ୍ଦ୍ର ନାଲିଙ୍କର ବିଦ୍ୟୁତ ଆଘାତରେ ଡାହାଣ ହାତ ଓ ବାମ ଗୋଡ଼ ଗଭୀର ଆଘାତ ଲାଗିଥିଲା। ତାଂକୁ ତୁରନ୍ତ ନିଜାମୁଦିନ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ହାତ ଗଡ଼ରେ ଘା ହୋଇଯିବା ଫଳରେ ନିଜମାବାଦ ଡାକ୍ତରଖାନା ସଠିକ ଚିକତ୍ସା ହୋଇ ପାରିନଥିଲା।

ପରେ ତାଂକୁ ମାଥିଲି ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ଏବେ ତାଂକୁ କୋରାପୁଟ ସହିଦ ଲକ୍ଷନ ନାୟକ ମେଡିକାଲ କଲେଜ ସର୍ଜରି ୟୁନିଟ-୧ ପୁରୁଷ ବିଭାଗ ବେଡ଼ ନମ୍ବର ୬୯ରେ ଚିକିତ୍ସିତ ହେଉଛନ୍ତି। କୃଷ୍ଣଙ୍କର ହାତ ଓ ଗୋଡ ଏବେ ଅକାମି ହୋଇଯାଇଛି। ଅର୍ଥ ଅଭାବରୁ ସେ ବଡ ଡାକ୍ତରଖାନାକୁ ଯାଇପାରୁନାହାନ୍ତି।

ଘରର ଜଣେ ମାତ୍ର ରୋଜଗାରିଆ ହୋଇଥିବାରୁ ଘରର ଲୋକେ ଏବେ ଚିନ୍ତାରେ ପଡିଛନ୍ତି। ଏପଟେ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିବେ ନା ଦୁଇ ମୁଠା ଦାନା ପାଇଁ କାହା ନିକଟରେ ହାତ ପତେଇବେ ବୁଝିପାରୁନାହାନ୍ତି। ଏହି ଶ୍ରମିକଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ମାଥିଲି ବ୍ଲକ ସମାଜ ସେବି ଶ୍ରୁତିରଞ୍ଜନ ମାଲକାନଗିରି ଓ ରାୟଗଡା ଜିଲ୍ଲାର ପ୍ରଭାଗ୍ୟ ଶ୍ରମ ଆଇକ୍ତଙ୍କୁ ତୁରନ୍ତ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ପ୍ରଶାସନ ତରଫରୁ କୃଷ୍ଣଙ୍କୁ ସହଯୋଗର ହାତ ବଢାଇଲେ ସେ ପୁଣି ନିଜର ଗୋଡ଼ରେ ଛିଡା ହୋଇ ରୋଜଗାର କରିପାରିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe