ପଦ୍ମଶ୍ରୀ ସମ୍ମାନ ନେଇ ଫେରିଲେ କ୍ରିଷ୍ଣା ପଟେଲ

ପଦ୍ମଶ୍ରୀ  ସମ୍ମାନ ନେଇ ଫେରିଲେ କ୍ରିଷ୍ଣା ପଟେଲ

ସମ୍ବଲପୁର: ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ପରେ ରଂଗବତୀ ଗାୟିକା ଡ. କ୍ରିଷ୍ଣା ପଟେଲ୍ ଶୁକ୍ରବାର ନିଜ ସହର ସମ୍ବଲପୁରକୁ ଫେରି ଆସିଛନ୍ତି। ସଂଧ୍ୟାରେ ସମ୍ବଲପୁର ପହଞ୍ଚିଲା ପରେ ମୁନ୍‌ସିପାଲ୍‌ଟି ଛକଠାରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀଙ୍କ ତରଫରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା।

ସେଠାରୁ ଏକ ଶୋଭାଯାତ୍ର‌ାରେ ସମ୍ବଲପୁର କଳା ପରିଷଦକୁ ପାଛୋଟି ନିଆ ଯାଇଥିଲା। ସେଠାରେ କଳା ପରିଷଦ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଗୁରୁ ରଣଜିତ ନାଗ, ସଂପାଦକ ସୁଶାନ୍ତ ମିଶ୍ର, ଉପସଭାପତି ଡ. ଶ୍ୟାମ ସୁନ୍ଦର ଧର, ଡ. ବିଜୟ ପ୍ରଧାନ, ସଂଜୀବ ମିଶ୍ର, ସରୋଜ ଦାଶ, ମନୋରଂଜନ ପାଢ଼ୀ, ଅପର୍ଣ୍ଣା ପାଢ଼ୀ, ସୂର୍ଯ୍ୟ ଗୁରୁ, ଲଳିତ ଜେନା, ସଂଜୟ ବାବୁ, ସୁନୀଲ ତ୍ରିପାଠୀ, ତୁଲାରାମ କଲେଥ୍‌, ସୁମିତା ଚୈନି, ନୃତ୍ୟଗୁରୁ ଆଲୋକ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଡ. ପଟେଲଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ଡ. ପଟେଲ କହିଲେ, କଳା ପରିଷଦ ହେଉଛି ମୋ’ କଳାର ଜନ୍ମସ୍ଥଳ। ଏହି କଳା ପରିଷଦ ଯୋଗୁଁ ଆମର କଳା, ସଂସ୍କୃତିର ଅଭିବୃଦ୍ଧି ସମ୍ଭବ ହୋଇଛି। ସରକାର ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତିର ବିକାଶ ପାଇଁ ଆହୁରି ପଦକ୍ଷେପ ନେବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe