ପୋଖରୀ ଖନନ ବେଳେ ମିଳିଲା କୃଷ୍ଣ ମୂର୍ତ୍ତି

Advertisment
ପୋଖରୀ ଖନନ ବେଳେ ମିଳିଲା କୃଷ୍ଣ ମୂର୍ତ୍ତି

ରାଣୀତାଲ: ଭଦ୍ରକ ବ୍ଲକ ରମ୍ଭିଳା ପଞ୍ଚାୟତର ଏକ ପୁରାତନ ପୋଖରୀ ଖନନ ବେଳେ ମିଳିଛି ଏକ ମୁଗୁନି ପଥରର କୃଷ୍ଣଙ୍କ  ମୂର୍ତ୍ତି। ମୂର୍ତ୍ତିର ଉଚ୍ଚତା ୩ଫୁଟ ହୋଇଥିବା ବେଳେ ଏହାର ମୋଟେଇ ୨ଫୁଟ ହେବ।

ଲୋକକଥା ଅନୁସାରେ ପ୍ରାୟ ୩ଶହରୁ ଅଧିକ ବର୍ଷ ହେବ ରାଜାଙ୍କ ରାଜତ୍ୱ ସମୟରେ ଲୋକଙ୍କର ପାଣିର ଆବଶ୍ୟକତାକୁ ଲକ୍ଷ୍ୟ କରି ରାଜା ଏଠାରେ ପୋଖରୀ ଖୋଳାଇଥିଲେ। ଏହି ପୋଖରୀରେ ଠାକୁର ବିରାଜମାନ କରୁଥିଲେ ବୋଲି ଗ୍ରାମବାସୀ ବିଶ୍ୱାସ କରୁଥିଲେ। ଆଉ କେତେକ କହୁଛନ୍ତି ରାଜାଙ୍କ ରାଜତ୍ୱ ସମୟରେ  ରମ୍ଭିଳା ରାଜ ଉଆସରେ ଯେତେବେଳେ ଖରାପ ସମୟ ଚାଲୁଥିଲା ସେତେବେଳେର ରାଜା ସେଠାରେ ପୂଜା ପାଉଥିବା ଏହି କୃଷ୍ଣଙ୍କ ମୂର୍ତ୍ତିକୁ  ଏହି ପୋଖରୀରେ ବିସର୍ଜନ କରିଥିଲେ। ବହୁ ବର୍ଷ ପରେ ଅକ୍ଷତ ଅବସ୍ଥାରେ ଆଜି ଏହି ମୂର୍ତ୍ତି ମିଳିବା ଖବର ପ୍ରଚାର ପରେ ହଜାର ହଜାର ଭକ୍ତଙ୍କର ସମାଗମ ସହ ଶଙ୍ଖ ହୁଳହୁଳିରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ମୂର୍ତ୍ତି ମିଳିବା ପରେ ସେଠାରେ ଲୋକେ ପୂଜାଚ୍ଚର୍ନା କରିଥିବାର ଦେଖାଯାଇଛି। କେହି କେହି ସେଠାରେ ମନ୍ଦିର ଥିବାର ଅନୁମାନ କରୁଥିବାରୁ ଜିଲ୍ଲା ପ୍ରଶାସନ ଏହାର ଦାୟିତ୍ୱ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe