ଆନ୍ତର୍ଜାତିକ ପତ୍ରିକା ‘ଡିଜିନ୍‌’ରେ କୃଷି ଭବନ

Advertisment

ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କହିଲେ କୃଷକ ସଶକ୍ତୀକରଣର ପ୍ରତୀକ

ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କହିଲେ କୃଷକ ସଶକ୍ତୀକରଣର ପ୍ରତୀକ

ଆନ୍ତର୍ଜାତିକ ପତ୍ରିକା ‘ଡିଜିନ୍‌’ରେ କୃଷି ଭବନ

ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସ୍ଥାପତ୍ୟ ପତ୍ରିକା ‘ଡିଜିନ୍’ରେ ସ୍ଥାନ ପାଇଛି ‘କୃ‌ଷି ଭବନ’। ଏହି କୋଠାର ଡିଜାଇନ୍‌କୁ ପତ୍ରିକାରେ ଉଚ୍ଚ ପ୍ରଶଂସା କରାଯାଇଛି। ସମ୍ବଲପୁରୀ ଇକତ୍ ଡିଜାଇନ୍ ଅନୁକରଣରେ ନିର୍ମିତ ଏହି କୋଠା ଆନ୍ତର୍ଜାତିକ ସ୍ତରରେ ଦୃଷ୍ଟି ଆକର୍ଷଣ କରିପାରିଛି। ଓଡ଼ିଶାର ପ୍ରଥମ କୋଠା ଭାବେ ‘କୃଷି ଭବନ’ ଏହି ସମ୍ମାନଜନକ ପତ୍ରିକାରେ ସ୍ଥାନ ପାଇପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଖୁସି ବ୍ୟକ୍ତ କରିବା ସହ କୃଷକ ସଶକ୍ତୀକରଣର ଏହା ପ୍ରତୀକ ବୋଲି କହିଛନ୍ତି। ‘ଡିଜିନ୍‌ ଆୱାର୍ଡ-୨୦୨୦’ ପାଇଁ ମଧ୍ୟ କୃଷି ଭବନ ତାଲିକାଭୁକ୍ତ ହୋଇଥିବା ରାଜ୍ୟ ଅତିଥି ଭବନ ନିକଟରେ ନିର୍ମିତ ‘କୃଷି ଭବନ’ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଅଟେ। ଏଠାରେ ବିଭାଗ ସମେତ ବିଭାଗ ଅଧୀନରେ ଥିବା ବିଭିନ୍ନ ନିର୍ଦ୍ଦେଶାଳୟ ମଧ୍ୟ ଏଠାରେ କାର୍ଯ୍ୟ କରୁଛି। ୨୦୧୩ ମସିହାରେ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ କୃଷି ଭବନର ନିର୍ମାଣ ଆରମ୍ଭ ହୋଇ ୨୦୧୮ ସେପ୍ଟେମ୍ବରରେ ଶେଷ ହୋଇଥିଲା।

ସମ୍ବଲପୁରୀ ଇକତ୍ ଡିଜାଇନ୍ ଅନୁକରଣରେ ନିର୍ମାଣ ହୋଇଛି କୋଠା

କୃଷି କର୍ମଣ ପୁରସ୍କାର ବାବଦରେ ଓଡ଼ିଶାକୁ ମିଳିଥିବା ଅର୍ଥ ମଧ୍ୟରେ ଏହାର ନିର୍ମାଣରେ ବିନି‌େଯାଗ ହୋଇଛି। ଦିଲ୍ଲୀସ୍ଥିତ ଷ୍ଟୁଡିଓ ଲୋଟସ୍ ନାମକ ଏକ ସଂସ୍ଥା ଏହାର ଡିଜାଇନ୍ କରିଥିଲା। ଏହି କୋଠାରେ ବ୍ୟବହୃତ ଇଟାର ବାହାର ପଟେ ସମ୍ବଲପୁରୀ ଇକତ୍‌ ଡିଜାଇନ୍‌କୁ ଅତ୍ୟନ୍ତ ନିଖୁଣ ଭାବେ ପ୍ରଦର୍ଶନ କରାଯାଇଛି। ଭିତର ପଟେ ମଧ୍ୟ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ରର ଡିଜାଇନ୍ ସ୍ଥାନ ପାଇଛି। ରାଜଧାନୀରେ ଥିବା ସରକାରୀ କୋଠା ମଧ୍ୟରେ ‘କୃଷି ଭବନ’ ଏବେ ସର୍ବାଧିକ ଆକର୍ଷଣୀୟ ହୋଇପାରିଛି। ଏହାର ନିର୍ମାଣ ଶୈଳୀ ଏପରି କରାଯାଇଛି, ଯେମିତି କୋଠାର ଆଭ୍ୟନ୍ତରୀଣ ଭାଗରେ ଏତେଟା ଗରମ ଅନୁଭୂତ ହେବ ନାହିଁ। ରାଜ୍ୟର ପାରମ୍ପରିକ ଶୈଳୀକୁ ନେଇ କିପରି ଅତ୍ୟାଧୁନିକ କୋଠା ନିର୍ମାଣ କରାଯାଇପାରେ, ତାହାର ଏହା ଏକ ଉତ୍କୃଷ୍ଟ ନିଦର୍ଶନ। ଗତ ବର୍ଷ ମଧ୍ୟ କୃଷି ଭବନ ‘ୱାର୍ଲଡ୍‌ ଆର୍କିଟେକ୍ଚର୍‌ ଫେଷ୍ଟିଭାଲ୍‌ ପୁରସ୍କାର’ ପାଇଁ ମନୋନୀତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି କହିଛନ୍ତି ଯେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପତ୍ରିକା ‘ଡିଜିନ୍‌’ରେ କୃଷି ଭବନ ସ୍ଥାନ ପାଇବା ଗର୍ବର ବିଷୟ। ସମ୍ବଲପୁରୀ ଇକତ ଡିଜାଇନ୍‌କୁ ଅନୁକରଣ କରି ପ୍ରସ୍ତୁତ ହୋଇଥିବା ଏହି କୋଠାର ଡିଜାଇନ୍ ଓଡ଼ିଶାର କୃଷି ଐତିହ୍ୟ ଓ କୃଷକ ସଶକ୍ତୀକରଣକୁ ପ୍ରତିଫଳନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe