ଭୁବନେଶ୍ୱର: ରାଜ୍ୟ ସଚିବାଳୟଠାରେ ସୋମବାର ସଂଧ୍ୟାରେ କୃଷି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚକଡା ପୋକ ଆକ୍ରାନ୍ତ ଚାଷୀମାନଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ମରୁଡ଼ି ସହାୟତା ଭଳି ଚକଡ଼ା ପୋକ ଆକ୍ରମଣ ଳାଗି ସହାୟତା ମିଳିବ। ପୋକ ଦ୍ୱାରା ନଷ୍ଟ ଫସଲ ପାଇଁ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ୩୩%ରୁ ଉର୍ଧ୍ୱ କ୍ଷତିଗ୍ରସ୍ତ ଜମିରେ ୫୦% ଖଜଣା ଛାଡ଼ ହେବ। ଏଥିସହ ସେମାନଙ୍କ ସର୍ଟଟର୍ମ ଋଣକୁ ଲଙ୍ଗ୍ଟର୍ମ କରାଯିବ।
ଚାଷ କ୍ଷତିଗ୍ରସ୍ତ ଅଞ୍ଚଳରେ ପିଲାଙ୍କ ଟିଉସନ୍ ଫି ଛାଡ଼ ଘୋଷଣା ହୋଇଛି। ଏହାଛଡ଼ା ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଓ ଜଳସେଚିତ ଜମି ହେକ୍ଟର ପିଛା ୧୩,୫୦୦ ଟଙ୍କା ମିଳିବ ସହାୟତା ରାଶି ମିଳିବ।
ଚକଡା ପୋକ କ୍ଷତିଗ୍ରସ୍ତ ୫୦ ହଜାର ଚାଷୀ ପରିବାରକୁ କୁକୁଡ଼ା ଚିଆଁ ଯୋଗାଇ ଦିଆଯିବ। ୧ ଲକ୍ଷ ଚାଷୀ ପରିବାରକୁ ଧାନ ବିହନ ମିନିକିଟ୍ ଓ ୫୦ ହଜାର ପରିବାରକୁ ପରିବା ମିନିକିଟ୍ ଯୋଗାଇ ଦିଆଯିବ।
Follow Us