ବିଧାୟକ ପଦରୁ ଇସ୍ତଫା ଦେବେ କୃଷ୍ଣଚନ୍ଦ୍ର ସଗରିଆ, କଂଗ୍ରେସ ଅଡ଼ୁଆ ବଢ଼ିଲା

Advertisment
ବିଧାୟକ ପଦରୁ ଇସ୍ତଫା ଦେବେ କୃଷ୍ଣଚନ୍ଦ୍ର ସଗରିଆ, କଂଗ୍ରେସ ଅଡ଼ୁଆ ବଢ଼ିଲା

ଭୁବନେଶ୍ୱର: କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ବିଧାୟକ ପଦବିରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି।ମଙ୍ଗଳବାର ଭୁବନେଶ୍ୱରଠାରେ  ବାଚସ୍ପତି ପ୍ରଦୀମ ଅମାତଙ୍କୁ ଭେଟି ଶ୍ରୀ ଶଗରିଆ ନିଜ ଇସ୍ତଫା ପତ୍ର ପ୍ରଦାନ କରିବେ । କୁନ୍ଦୁୁଲି ପୀଡ଼ିତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ସେ ଇସ୍ତଫା ଦେଉଥିବା ଗଣମାଧ୍ୟମ ଆଗରେ କହିଛନ୍ତି।

କୋରାପୁଟର କଂଗ୍ରେସ ବିଧାୟକ ତଥା ବରିଷ୍ଠ ଆଦିବାସୀ ନେତା କୃଷ୍ଣଚନ୍ଦ୍ର ଶଗରିଆ ଆଜି ନିଜ ବିଧାୟକ ପଦରୁ ଇସ୍ଥଫା ଦେବା ନେଇ ଘୋଷଣା କରିଛନ୍ତି । କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ମର୍ମାହତ ହୋଇ ସେ ଇସ୍ତଫା ଦେଉଥିବା ସୂଚନା ଦେଇଛନ୍ତି । ତେବେ ଶ୍ରୀ ଶଗରିଆଙ୍କ ଇସ୍ତଫା ପରିପ୍ରେକ୍ଷୀରେ ରାଜ୍ୟ ରାଜନୀତି ଏକରକମ ସରଗରମ ହୋଇ ଉଠିଛି। ଗୋଟିଏ ପଟେ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଶ୍ରୀ ଶଗରିଆଙ୍କ ଇସ୍ତଫା କେତେଦୂର କଂଗ୍ରେସ ଦଳକୁ ଓ ତାଙ୍କୁ ବ୍ୟକ୍ତିଗତ ଭାବେ ରାଜନୈତିକ ଲାଭ ଦେବା ତାହା ବର୍ତ୍ତମାନ ଆକଳନ କରିବା ସମ୍ଭବ ନ ହେଲେ ମଧ ତୁରନ୍ତ ପ୍ରଭାବ ପଡ଼ିବାକୁ ଯାଉଛି କଂଗ୍ରେସ ବିଧାୟକ ଦଳ ଉପରେ। କାରଣ ଶ୍ରୀ ଶଗରିଆଙ୍କ ଇସ୍ତଫା ଯଦି ଗୃହୀତ ହୁଏ ତେବେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କର ଆଉ ବିରୋଧୀ ଦଳ ନେତା ମାନ୍ୟତା ରହିବ କିମ୍ବା ନାହିଁ ସେ ନେଇ ମଧ୍ୟ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe