କୃଷ୍ଣଗୁଡା ଡକାୟତି ଘଟଣାରେ ୪ ଗିରଫ

ଖଣ୍ଡା, ମୋବାଇଲ ଓ ଗାଡ଼ି ଜବତ

କୃଷ୍ଣଗୁଡା ଡକାୟତି ଘଟଣାରେ ୪ ଗିରଫ

ତେନ୍ତୁଲିଖୁଣ୍ଟି: ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଂଚାୟତ କୃଷ୍ଣଗୁଡା ଗ୍ରାମରେ ଶୁକ୍ରବାର ରାତିରେ ହୋଇଥିବା  ଡକାୟତି ମାମଲାରେ ତେନ୍ତୁଳିଖୁଣ୍ଟି ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମର ନୂତନ ନାୟକ(୩୦) ଓ ମନ୍ଦାର ହରିଜନ(୨୩),ବନ୍ଧଗୁଡା ଗ୍ରାମର ମଣ୍ଟୁ ବାଘ(୨୬) ଏବଂ ଡାବୁଗାଁ ଥାନା ଖୋଲିଗୁଡା ଗ୍ରାମର ଦୀପକ ହିରନ(୩୦)। ଶନିବାର ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା, ଦୁଇଟି ମୋବାଇଲ ଓ ଆପାଚି ବାଇକ ପୁଲିସ ଜବତ କରିଛି।

କୃଷ୍ଣଗୁଡା ଗ୍ରାମରେ ରହୁଥିବା ସୁବ୍ରତ କୁମାର ଜେନାଙ୍କ ଘରେ ଗତ ୩୧ ତାରିଖ ଡକାୟତି ହୋଇଥିଲା। ଛଅ ଜଣ ମୁଖା ପିନ୍ଧା ଦୁର୍ବୁର୍ତ୍ତ ଭୁଜାଲି ଦେଖାଇ ସୁନା ଗହଣା, ଲାପଟପ ମୋବାଇଲ ଆଦି ଲୁଟି ନେଇଥିଲେ। ଏନେଇଁ ତେନ୍ତୁଳିଖୁଣ୍ଟି ଥାନାରେ ନଂ୧୯୪/୨୨ରେ ଏକ ମାମଲା ରୁଜୁ ହୋଇଥିଲା। ଆଇଆଇସି ଟଙ୍କଗିରି ଭୋଇ ମାମଲାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe