କୁବେର ବାବୁ ଘରେ ରଖିଥିଲେ ୧.୯୭ କୋଟି: ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ

Advertisment

ଘରେ ଗଦା କରିଥିଲେ ପୁଳାପୁଳା ଟଙ୍କା। ଠୁଳ କରିଥିଲେ ସୁନା ଅଳଙ୍କାର। ଜୟପୁରରେ ୬ ହଜାର ବର୍ଗଫୁଟ ଅଞ୍ଚଳରେ ୩ ମହଲାର ବିଳାସପୂର୍ଣ୍ଣ କୋଠା। ଜୟପୁର ଓ ଭୁବନେଶ୍ବରରେ ରହିଛି ୪ଟି ଦାମୀ ପ୍ଲଟ୍।

ଘରେ ଗଦା କରିଥିଲେ ପୁଳାପୁଳା ଟଙ୍କା। ଠୁଳ କରିଥିଲେ ସୁନା ଅଳଙ୍କାର। ଜୟପୁରରେ ୬ ହଜାର ବର୍ଗଫୁଟ ଅଞ୍ଚଳରେ ୩ ମହଲାର ବିଳାସପୂର୍ଣ୍ଣ କୋଠା। ଜୟପୁର ଓ ଭୁବନେଶ୍ବରରେ ରହିଛି ୪ଟି ଦାମୀ ପ୍ଲଟ୍।

sfsfsf

ଜୟପୁର/ମାଲକାନଗିରି: ଘରେ ଗଦା କରିଥିଲେ ପୁଳାପୁଳା ଟଙ୍କା। ଠୁଳ କରିଥିଲେ ସୁନା ଅଳଙ୍କାର। ଜୟପୁରରେ ୬ ହଜାର ବର୍ଗଫୁଟ ଅଞ୍ଚଳରେ ୩ ମହଲାର ବିଳାସପୂର୍ଣ୍ଣ କୋଠା। ଜୟପୁର ଓ ଭୁବନେଶ୍ବରରେ ରହିଛି ୪ଟି ଦାମୀ ପ୍ଲଟ୍। ଗୋଟିଏ କାର, ଦୁଇଟି ବାଇକ୍, ବୀମା, ବ୍ୟାଙ୍କ ଜମା ଏମିତି କାହିଁ କେତେ ସମ୍ପତ୍ତି। କୁବେର ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଚଢ଼ଉ କରୁଥିବା ଭିଜିଲାନ୍ସ ଟିମ୍‌ ତାଜୁବ୍‌ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ କୁମାର ମହାପାତ୍ରଙ୍କ ବାସଭବନ ସମେତ ୭ଟି ସ୍ଥାନରେ ସକାଳୁ ଚଢ଼ଉ ଜାରି ରହିଥିଲେ ସୁଦ୍ଧା ପୂରା ସଂପତ୍ତିର ଆକଳନ ଏଯାଏଁ କରିପାରିନି ଭିଜିଲାନ୍ସ ଟିମ୍।

ବୁଧବାର ଭୋର୍‌ ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ କୁମାର ମହାପାତ୍ରଙ୍କ ବାସଭବନରେ ଚଢ଼ଉ କରିଛି ଭିଜିଲାନ୍ସ। ଜୟପୁର ପାୱାର ହାଉସ୍‌ ଅଷ୍ଟମ ଲାଇନ୍‌ରେ ଥିବା ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ। ଚଢ଼ଉ ସମୟରେ ଜୟପୁର ବାସଭବନରେ ଠାବ ହୋଇଥିବା ସମ୍ପତ୍ତି ଦେଖି ତାଜୁବ୍‌ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ। ସନ୍ଧ୍ୟା ସୁଦ୍ଧା ୧ କୋଟି ୯୭ ଲକ୍ଷ ଟଙ୍କା ଠାବ ହୋଇଥିବା ବେଳେ ଆହୁରି ଗଣତି ଚାଲିଥିବାରୁ ନଗଦ ଟଙ୍କା ପରିମାଣ ସମ୍ପର୍କରେ ସ୍ପଷ୍ଟ କରିନି ଭିଜିଲାନ୍ସ। ଘରେ ୮ଟି ବ୍ୟାଗ୍‌ରେ ଥିବା ଟଙ୍କାକୁ ଦୁଇଟି ମେସିନ୍‌ ମାଧ୍ୟମରେ ଗଣାଯାଉଛି।  ଚଢ଼ଉ ବେଳେ ୩୦୦ ଗ୍ରାମ୍‌ ସୁନା ଅଳଙ୍କାର ଠାବ ହୋଇଛି।

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ
୩୦୦ ଗ୍ରାମ ସୁନା ଅଳଙ୍କାର ଠାବ
ଭୁବନେଶ୍ବର, ଜୟପୁରରେ ରହିଛି ୪ଟି ମୂଲ୍ୟବାନ ପ୍ଲଟ୍

ସମୟ ଗଡ଼ିବା ସହ ସମ୍ପତ୍ତି ପରିମାଣ ବଢ଼ିବାରେ ଲାଗିଛି। ୨୦ରୁ ଊର୍ଦ୍ଧ୍ବ ଚେକ୍ ବହି ସମେତ ଦୁଇଟି ପାସପୋର୍ଟ ଜବତ କରିଛି ଭିଜିଲାନ୍ସ। ଶାନ୍ତନୁଙ୍କ ବାସଭବନ ସମେତ ମାଲକାନଗିରି ଅଫିସ୍, କଟକ ବାଲିସାହି ନୂଆପଡ଼ାସ୍ଥିତ ପୈତୃକ ବାସଭବନ, ଭୁବନେଶ୍ବର ଭୀମଟାଙ୍ଗିରେ ସମ୍ପର୍କୀୟଙ୍କ ଘର, ବିଭାଗୀୟ ଡାଟାଏଣ୍ଟ୍ରି ଅପରେଟର୍‌ ବିଶ୍ବଜିତ୍‌ ମଣ୍ଡଳ, ଚୁକ୍ତିଭିତ୍ତିକ କର୍ମଚାରୀ ଅମୀୟକାନ୍ତ ସାହୁ, ମାଲକାନଗିରିର ସହକାରୀ କୃଷି ଇଞ୍ଜିନିୟର ମୋହନ ମଣ୍ଡଳଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି। ବିଭିନ୍ନ ସ୍ଥାନରୁ ଭିଜିଲାନ୍ସ ପୁଳା ପୁଳା ସମ୍ପତ୍ତିର ସୁରାକ୍ ପାଇଛି। ମାଲକାନଗିରି, ଜୟପୁର, ନବରଙ୍ଗପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ଚଢ଼ଉରେ ୨ଜଣ ଅତିରିକ୍ତ ଏସ୍‌ପି, ୪ଜଣ ଡିଏସ୍‌ପି, ୧୦ଜଣ ଇନ୍‌ସପେକ୍ଟର, ୬ଜଣ ଏଏସ୍‌ଆଇ ସାମିଲ ହୋଇଥିଲେ। ଶାନ୍ତନୁ ୨୦୨୧ ଅଗଷ୍ଟରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ପୂର୍ବରୁ ସେ କୋରାପୁଟ, ବ୍ରହ୍ମପୁର ଭଳି ସ୍ଥାନରେ କାର୍ଯ୍ୟ କରିଛନ୍ତି। ଜାନୁଆରି ୨୦୨୭ରେ ସେ ଅବସର ଗ୍ରହଣ କରିଥାନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe