କୁଚିଣ୍ଡା ନାବାଳିକା ନିର୍ଯାତନା ଘଟଣା: ଗଣଦୁଷ୍କର୍ମ ମାମଲା ରୁଜୁ, ଅନ୍ୟ ୨ ଅଭିଯୁକ୍ତ ଗିରଫ

Advertisment

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନାବାଳିକା ନିର୍ଯାତନା ମାମଲା ଗଣଦୁଷ୍କର୍ମରେ ରୂପାନ୍ତର ହୋଇଛି। ଏଥିସହିତ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମନ୍ତ୍ରୀଙ୍କ ପାଖଲୋକ କୁହାଯାଉଥିବା ହରିହର ପାଣିଙ୍କ ସମେତ ଶିବଦତ୍ତ ବାଗକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନାବାଳିକା ନିର୍ଯାତନା ମାମଲା ଗଣଦୁଷ୍କର୍ମରେ ରୂପାନ୍ତର ହୋଇଛି। ଏଥିସହିତ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମନ୍ତ୍ରୀଙ୍କ ପାଖଲୋକ କୁହାଯାଉଥିବା ହରିହର ପାଣିଙ୍କ ସମେତ ଶିବଦତ୍ତ ବାଗକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

hfkhhkhfkhfk

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନାବାଳିକା ନିର୍ଯାତନା ମାମଲା ଗଣଦୁଷ୍କର୍ମରେ ରୂପାନ୍ତର ହୋଇଛି। ଏଥିସହିତ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମନ୍ତ୍ରୀଙ୍କ ପାଖଲୋକ କୁହାଯାଉଥିବା ହରିହର ପାଣିଙ୍କ ସମେତ ଶିବଦତ୍ତ ବାଗକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟପଟେ ବିଜେଡିର ତଥ୍ୟ ଅନୁସନ୍ଧାନକାରୀ ଦଳ ଆଜି ପୀଡ଼ିତାଙ୍କୁ ଭେଟିଥିବା ବେଳେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ବହିଷ୍କାର ଦାବି କରିଛନ୍ତି। 
ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ବରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ବୁଧବାର କୁଚିଣ୍ଡା ଆସି ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟି ସମ‌ବେଦନା ଜଣାଇଥିଲେ। ପରେ ଏହି ଦଳ ଗଣମାଧ୍ୟମକୁ କହିଥିଲେ, ଘଟଣାଟି‌ ଅତ୍ୟନ୍ତ ଲଜ୍ଜାଜନକ। ପୀଡ଼ିତାଙ୍କ ସହ ଅମାନୁଷିକ କାଣ୍ଡ ଘଟିଛି। ଏହି ସରକାରରେ ନାରୀମାନେ ସୁରକ୍ଷିତ ନୁହନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ନାହିଁ।

ପୀଡ଼ିତାଙ୍କୁ ଭେଟିଲେ ବିଜେଡି ତଥ୍ୟ ଅନୁସନ୍ଧାନକାରୀ ଦଳ
ମନ୍ତ୍ରୀଙ୍କ ବହିଷ୍କାର ଦାବି ଦୋହରାଇଲେ

ମନ୍ତ୍ରୀ ଶ୍ରୀ ନାୟକଙ୍କ ପାଖଲୋକ ନାବାଳିକାଙ୍କୁ ଉଠାଇ ନେଇ ନିକଟସ୍ଥ କ୍ଲବ୍‌ ଘରେ ଜଣକ ପରେ ଜଣେ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ। ଘଟଣାର ‌୯ ଦିନ‌ ପରେ ମଧ୍ୟ ପୀଡ଼ିତା ପରିବାର କିମ୍ବା ପୀଡ଼ିତାଙ୍କ ନିକଟକୁ ଯାଇ ମନ୍ତ୍ରୀ ସମବେଦନା ନ‌ ଜଣାଇବା ପରୋକ୍ଷରେ ଘଟଣାକୁ ଚପାଇଦେବା ପାଇଁ ଉଦ୍ୟମ କରାଯାଉଥିବା ଜଣାପଡୁଛି। ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡବିଧାନ ସହ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଏହି ଦଳ ଦାବି କରିଛି। ତଥ୍ୟ ଅନୁସନ୍ଧାନକାରୀ ଦଳରେ ପୂର୍ବତନ ମନ୍ତ୍ରୀ ରୀତା ସାହୁ, ଦୁଇ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ଅଳକା ମହାନ୍ତି, ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, କୁଚିଣ୍ଡା ଏନ୍‌ଏସି ଉପାଧ୍ୟକ୍ଷ ଦେବଯାନୀ କାଲୋ ପ୍ରମୁଖ ସାମିଲ ଥିଲେ।

ସେପଟେ କୁଚିଣ୍ଡା ପୁଲିସ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମାମଲା ଅସଦାଚରଣରୁ ଗଣଦୁଷ୍କର୍ମକୁ ବଦଳିଥିବା ସୂଚନା ଦେଇଛି। ଏସ୍‌ପିଙ୍କ ନିର୍ଦ୍ଦେଶରେ ଏହି ମାମଲା ରୂପାନ୍ତର ହୋଇଥିବା ଏସ୍‌ଡିପିଓ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ଏ ନେଇ  ବିଏନ୍‌ଏସ‌୍‌ ୧୩୭, (୨), ୭୪, ୩/୩, ୧୨ ପୋ‌କ୍‌ସୋ ଆଇନ, ଏସ୍‌ଟି/ଏସସି ‌ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏଥିସହ ଘଟଣାରେ ଅନ୍ୟ ୨ ଜଣ ଫେରାର ଅଭିଯୁକ୍ତ ହରିହର ପାଣି ଏବଂ ଶିବଦତ୍ତ ବାଗଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe