Kuchinda Police achieves great success Photograph: (sambad.in)
କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡରେ ଥିବା ଥାନା ଅଞ୍ଚଳରେ ବହୁ ପରିମାଣରେ ଇଲେକ୍ଟ୍ରି ଆଲୁମିନିୟମ ତାର, କପର ତାର, ସେଣ୍ଟ୍ରିଙ୍ଗ ପ୍ଲେଟ୍, ଲୁହା ପାଇପ୍, ଟ୍ରାନ୍ସଫର୍ମର ଆଦି ଚୋରି ହେବାର ଅଭିଯୋଗ ଆସିଥିଲା । ଏହାକୁ କେନ୍ଦ୍ର କରି ଅନେକ ଚୋରି କେସ୍ କୁଚିଣ୍ଡା ଉପଖଣ୍ଡ ସ୍ଥିତ ଥାନା ଯଥା କୁଚିଣ୍ଡା, ମହୁଲପାଳି, ଯମନକିରାରେ ବିଭିନ୍ନ ଚୋରୀ କେସ୍ ଦାୟର ହୋଇଥିଲା ।
ବାରମ୍ବାର ଚୋରି ହେବା ଯୋଗୁ ସମ୍ବଲପୁର ଏସ୍ପି ମୁକେଶ କୁମାର ଭାମୁ, ଆଇପିଏସ୍ଙ୍କ ନିର୍ଦ୍ଦେଶ କ୍ରମେ ଉପଖଣ୍ଡ ପୁଲିସ ଅଧିକାରୀ ପ୍ରଦୀପ କୁମାର ଦାସ୍ ଏବଂ ଡିଏସ୍ପି ଇଞ୍ଚାର୍ଜ କୁଚିଣ୍ଡା ଥାନା ବାମଦେବ ଶଙ୍ଖୁଆଲଙ୍କ ପ୍ରତକ୍ଷ ତତ୍ବାବଧାନରେ ଗୋଟିଏ ଟିମ୍ ଗଠନ କରାଯାଇଥିଲା ।
ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କ ଠାରୁ ପ୍ରାୟ ୧୦ କୁଇଣ୍ଟାଲ ଆଲୁମିନିୟମ ତାର, ପ୍ରାୟ ୩ କେଜି କପର ତାର, ତରଳା ହୋଇଥିବା ଆଲୁମିନିୟମ ଇଟା ଜବତ କରିଛନ୍ତି।
ତଦନ୍ତରୁ ପ୍ରକାଶ ଯେ, କୁଚିଣ୍ଡାର ସୁଶୀଲ କୁମାର ପାଣ୍ଡେ(ଗୁପ୍ଚୁପ ବେପାରୀ) ଓ ମନୋଜ କୁମାର ରାୟ(କବାଡି ବେପାରୀ) ସୁନ୍ଦରଗଡ଼ର ମୀନକେତନ ଓରାମ, ଯମନକିରା ଥାନା ଅନ୍ତର୍ଗତ ବଡଖଳିଆ ଗାଁର ତ୍ରିନାଥ ଖିଚିଡ଼ି ଓ ଲକ୍ଷ୍ମୀ ଛେଣ୍ଡିଆ ଓ କୁଚିଣ୍ଡା ଥାନା ଏରିୟାର ଲେପେଇକାନି ଗାଁର ହରେଶ କିଶାନ ଏବଂ ଆହୁରି ଚାରି ପାଞ୍ଚ ଜଣଙ୍କୁ ଡାକି ଇଲେକ୍ଟ୍ରି ଆଲୁମିନିୟମ ତାର, କପର ତାର, ସେଣ୍ଟ୍ରିଙ୍ଗ ପ୍ଲେଟ୍, ଲୁହା ପାଇପ୍, ଟ୍ରାନ୍ସଫର୍ମର ଆଦି ଚୋରି କରିବାକୁ କହିଥିଲେ।
କୁଚିଣ୍ଡାକୁ ଡାକି ତାଙ୍କର ଖାଇବା ପିଇବା ବନ୍ଦୋବସ୍ତ କରିବା ସହିତ ରହଣିର ବ୍ୟବସ୍ଥା କରିବା ସହିତ ଦିନରେ ବିଭିନ୍ନ ଜାଗାକୁ ଯାଇ ରେକି କରୁଥିଲେ ଏବଂ ରାତିରେ ଗୋଟିଏ ଟାଟା ଏସ୍ ଗାଡ଼ି ଓ ତିନୋଟି ମଟରସାଇକେଲରେ ଚୋରି ଜିନିଷ ସବୁ ଟ୍ରାନ୍ସପୋର୍ଟିଂ କରୁଥିଲେ ।
ସେମାନେ ତା.୩.୫.୨୦୨୫ ରେ ମହୁଲପାଳି ଥାନା ଅନ୍ତର୍ଗତ ସାଗରପାଳି ଗ୍ରାମରୁ ୧୨୦ ସେଣ୍ଟ୍ରିଙ୍ଗ ପ୍ଲେଟ୍ ଚୋରି କରିଥିଲେ ତା. ୯.୬.୨୦୨୫ ରେ କୁନ୍ତୁରା ବାହାଲ ଗାଁରୁ ଲୁହା ପାଇପ୍ ଓ ସେଣ୍ଟ୍ରିଙ୍ଗ ପ୍ଲେଟ୍ ଚୋରି କରିଥିଲେ ।
କୁଚିଣ୍ଡା ଥାନା ଅନ୍ତର୍ଗତ ସୁବନପାଳି, ସାନଜାଟିଆପାଳିରୁ ଟ୍ରାନ୍ସଫର୍ମରର କପର ତାର, କୁଚିଣ୍ଡା ବରଘାଟରୁ ଟ୍ରାନ୍ସଫର୍ମର କଏଲ ଚୋରି କରିଥିଲେ ଓ ଲାଇକେରା ଥାନା, ଝାରସୁଗୁଡ଼ା ଜିଲ୍ଲାରୁ ଯାମକାନି ଓ ସାହାସପୁର ଏରିଆ ରୁ ତାର ଚୋରି କରିଥିବା ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
sundargarh
Follow Us