କୁଚିଣ୍ଡା: ୟୁନିୟନ ବ୍ୟାଙ୍କ ଶାଖା ଗାଡ଼ିରୁ ୩୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୯ଜଣଙ୍କୁ ଗିରଫ କଲା ପୁଲିସ୍ 

Advertisment
କୁଚିଣ୍ଡା: ୟୁନିୟନ ବ୍ୟାଙ୍କ ଶାଖା ଗାଡ଼ିରୁ ୩୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୯ଜଣଙ୍କୁ ଗିରଫ କଲା ପୁଲିସ୍ 

କୁଚିଣ୍ଡା: କୁଚିଣ୍ଡାର ୟୁନିୟନ ବ୍ୟାଙ୍କ ଶାଖା ଗାଡ଼ିରୁ ୩୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପୁଲିସ୍ ୯ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।  ଗିରଫ ଅଭିଯୁକ୍ତମାନେ ହେଲେ ଗୋବିନ୍ଦ କିସାନ (୨୪), ଦିଲୀପ ବାଗ (୨୨), ବିଶ୍ୱନାଥ କିସାନ (୩୫), ଅମରେଶ କିସାନ୍ (୨୫), ସୁମନ୍ତ ଲାକ୍ରା (୨୬), ଚିତ୍ରାସେନ୍ ଲାକ୍ରା (୨୨), ସୁନ୍ଦରଗଡ଼ର ଜଣେ ନାବାଳକ, ରୋହିତ ନାୟକ (୨୨) ଓ ଉମେଶ ସାହୁ (୩୨)। ଏମାନଙ୍କଠାରୁ ନଗଦ ଦଶ ଲକ୍ଷ ୯ ହଜାର ଟଙ୍କା ଜବତ କରାଯାଇଛି। ଏହାଛଡ଼ା ଏକ କାର୍, ବାଇକ୍ , ସୁନା ଓ ରୁପା ଅଳଙ୍କାର ଜବତ ହୋଇଛି।

ସୂଚନାଯୋଗ୍ୟ, ସମ୍ବଲପୁରରୁ ଟଙ୍କା ନେଇ ଫେରୁଥିବା ୟୁନିୟନ ବ୍ୟାଙ୍କ ଲଇମୁରା ଶାଖା ଗାଡ଼ିରୁ ଦୁର୍ବୃତ୍ତମାନେ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଇଥିଲେ। ଗତ ୯ ତାରିଖ ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

କୁଚିଣ୍ଡା ଥାନା ଅନ୍ତର୍ଗତ ଲଇମୁରା ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାର କର୍ମଚାରୀମାନେ ସୋମବାର ନଗଦ ଅର୍ଥ ନେବାକୁ ସମ୍ବଲପୁର ଆସିଥିଲେ। ଏଠାରୁ ଟଙ୍କା ନେଇ ଫେରୁଥିବାବେଳେ ଭୋଜପୁର ନିକଟସ୍ଥ କୁଚିଣ୍ଡା ଥାନା ଅନ୍ତର୍ଗତ ଠୁଣ୍ଟିପିପଲ୍ ନିକଟରେ ପଲ୍‌ସର ଧରି ରାସ୍ତାରେ ଛିଡ଼ା ହୋଇଥିବା ୨ ଜଣ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଥିଲେ। ପଛରୁ ଆଉ ୪ ଜଣ ଲୁଟେରା ମୋଟର ସାଇକେଲ୍‌ରେ ଆସି ପହଞ୍ଚିଥିଲେ। ସେମାନେ ବନ୍ଧୁକ ଦେଖାଇ ଗାଡ଼ିରେ ଥିବା ବ୍ୟାଙ୍କ ଶାଖା ପରିଚାଳକ, ଅନ୍ୟ ଜଣେ କର୍ମଚାରୀ ଓ ଡ୍ରାଇଭର୍‌କୁ ଭୟଭୀତ କରି ଟଙ୍କା ବ୍ୟାଗ୍‌ ଲୁଟି ଫେରାର ହୋଇ ଯାଇଥିଲେ। ଏନେଇ ବ୍ୟାଙ୍କ ଶାଖା ପରିଚାଳକ କୁଚିଣ୍ଡା ଥାନାରେ ଏତଲା ଦାଏର କରିଥିଲେ। ସଂଦେହରେ ଗାଡ଼ିର ଡ୍ରାଇଭର୍‌କୁ ପୁଲିସ୍‌ ଅଟକ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe