କୁଜଙ୍ଗ ତହସିଲ ବସୁନ୍ଧରା ଯୋଜନା କେଳେଙ୍କାରୀ: ୧୫ରୁ ଅଧିକ ଲୋକ ନେଇଛନ୍ତି ବେଆଇନ ଜମି

କୁଜଙ୍ଗ ତହସିଲ ବସୁନ୍ଧରା ଯୋଜନା କେଳେଙ୍କାରୀ: ୧୫ରୁ ଅଧିକ ଲୋକ ନେଇଛନ୍ତି ବେଆଇନ ଜମି

Twitter

ଜଗତସିଂହପୁର : କୁଜଙ୍ଗ ତହସିଲରେ ବସୁନ୍ଧରା ଯୋଜନାରେ ହୋଇଥିବା ଜମି ଜାଲିଆତି ଗୁମର ଫିଟିବାରେ ଲାଗିଛି। ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କୁ ଭିଜିଲାନ୍ସ ଗିରଫ କରିଥିବାବେଳେ ତହସିଲଦାର ରମେଶ ପଣ୍ଡାଙ୍କୁ ଏବେ ମାରାଥନ ଜେରା ଚାଲିଛି। ଏହି ଜେରାରେ ଭିଜିଲାନ୍ସ ସାମ୍ନାରେ ସେ ପ୍ରାୟ ୨୦ ଜଣଙ୍କ ନାଁ ନେଇଥିବା ଜଣାପଡ଼ିଛି। ଏହାସହ ଏହି ଯୋଜନାରେ ଘର ପାଇଥିବା ୩୭ ଜଣଙ୍କ ମଧ୍ୟରୁ ୧୫ରୁ ଅଧିକ ଲୋକ ବେଆଇନ ଭାବେ ଜମି ହାତେଇଥିବା ଶୁଣିବାକୁ ମିଳୁଛି। ବର୍ତ୍ତମାନ ଏ ନେଇ ତଦନ୍ତ ଆରମ୍ଭ ହୋଇଥିବାରୁ ବେଆଇନ ଭାବେ ଜମି ହାତେଇଥିବା ହିତାଧିକାରୀଙ୍କ ମଧ୍ୟରେ ଛନକା ପଶିଛି।

ବସୁନ୍ଧରା ଯୋଜନାରେ ମୋଟ ୧୬ ଜଣଙ୍କ ବିରୋଧରେ ମାମଲା ହୋଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବେଆଇନ ଭାବେ ବନ୍ଦୋବସ୍ତ କରାଯାଇଥିବା ୧୧ ଜଣଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଛି। ନିୟମ ମୁତାବକ, ବସୁନ୍ଧରା ଯୋଜନାରେ ଦିଆଯାଉଥିବା ଜମିକୁ ଜଣଙ୍କ ନାଁରେ ବନ୍ଦୋବସ୍ତ କରାଯିବ। ଏହାର ୧୦ ବର୍ଷ ପରେ ହିତାଧିକାରୀମାନଙ୍କ ନାଁରେ ଏହା କବଲା କରାଯିବ। ମାତ୍ର ଏଥିରେ ହୋଇଥିବା କେଳେଙ୍କାରୀ ‘ସମ୍ବାଦ’ରେ ପ୍ରକାଶ ପରେ ସବୁ କିଛି ଫସର ଫାଟି ଯାଇଥିଲା। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତୁରନ୍ତ ଏ ଦିଗରେ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଅବସରପ୍ରାପ୍ତ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ଓ ପୂର୍ବତନ ତହସିଲଦାର ଶ୍ରୀ ପଣ୍ଡାଙ୍କ ସମୟରେ ବସୁନ୍ଧରା ଯୋଜନାରେ ଜମି ଦିଆଯାଇଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା।

ତଦନ୍ତରୁ ଜଣାପଡ଼ିଥିଲା, ଏହି ଯୋଜନାରେ ପାରାଦୀପଗଡ଼ ଗାଁର ସର୍ବାଧିକ ୧୫ ଜଣ ଲୋକ ଜମି ପାଇଛନ୍ତି। ନିଜସ୍ବ ଜମି, କାର୍ ଓ ଘରେ ବିଦେଶୀ କୁକୁର ପାଳିଥିବା ଥିଲାବାଲା ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଛି। ଏମିତିକି ରଙ୍ଗିଆଗଡ଼ ଗାଁର ଗୋଟିଏ ପରିବାରର ଦୁଇ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ମୋଟ୍ ୮ ଡିସିମିଲ ଜମି ଦିଆଯାଇଛି। ଗୋଟିଏ ଗାଁରେ ଏତେ ସଂଖ୍ୟା‌ରେ ହିତାଧିକାରୀଙ୍କୁ କେମିତି ଏହି ଯୋଜନାରେ ସାମିଲ କରାଯାଇଛି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହା ଜରିଆରେ ଏହି ହିତାଧିକାରୀମାନେ ଜମି ପାଇଁ ଆବେଦନ କଲେ ଓ ଶେଷରେ ଜମି ହାତେଇବାରେ ‌ସଫଳ ହେଲେ ତାହା ଆଗକୁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe