ଅଜଣା ଗାଡ଼ି ଧକ୍କାରେ ବରିଷ୍ଠ ସାହିତ୍ୟିକ ଏବଂ ନାଟ୍ୟ ନିର୍ଦେଶକ କୁଳମଣି ସାମଲଙ୍କ ମୃତ୍ୟୁ

Advertisment
ଅଜଣା ଗାଡ଼ି ଧକ୍କାରେ ବରିଷ୍ଠ ସାହିତ୍ୟିକ ଏବଂ ନାଟ୍ୟ ନିର୍ଦେଶକ କୁଳମଣି ସାମଲଙ୍କ ମୃତ୍ୟୁ

ଯାଜପୁର: ଆଜି ସକାଳେ ଯାଜପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଣା ଘଟିଛି। ଏକ ଅଜଣା ଗାଡ଼ିର ଧକ୍କାରେ ଜଣେ ବରିଷ୍ଠ ସାହିତ୍ୟିକ ଏବଂ ନାଟ୍ୟ ନିର୍ଦେଶକଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ ଯାଜପୁର ଜିଲ୍ଲାର ଜଣାଶୁଣା ସାହିତ୍ୟିକ ତଥା ନାଟ୍ୟ ନିର୍ଦେଶକ କବି ଗୌରବ କୁଳମଣି ସାମଲ ନିଜର ସ୍କୁଟି ଯୋଗେ ତାଙ୍କ ଗ୍ରାମ ବାହାଦୂରନଗରରୁ ଚଣ୍ଡିଖୋଲ ଆଡ଼କୁ ଯାଉଥିଲେ। ସେ ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ବାଇପାସ୍ ନିକଟରେ ଯାଉଥିବା ବେଳେ ପଛପଟୁ ଏକ ଅଜଣା ଗାଡ଼ି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା।ଏହାଫଳରେ କୁଳମଣି ସାମଲ ତଳେ ପଡ଼ିଯାଇଥିଲେ। ଏହା ଦେଖି ଲୋକେ ତାଙ୍କ ନିକଟକୁ ଧାଇଁ ଆସିଥିଲେ, ହେଲେ ସେତେବେଳକୁ କୁଳମଣି ସାମଲଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତେଣେ ଦୁର୍ଘଟଣା ଘଟାଇବା ପରେ ଅଜଣା ଗାଡ଼ିଟି କେଉଁଆଡ଼େ ଉଭାନ ହୋଇଯାଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା।

ଏହି ଖବର ପ୍ରଚାରିତ ହେବା ପରେ ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। କୁଳମଣି ସାମଲ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ଜଡିତ ଥିଲେ ଓ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ । ଆସନ୍ତା ମାର୍ଚ୍ଚ ୧୫ ତାରିଖ ଦିନ ସେ ତାଙ୍କ ଗ୍ରାମ ବାହାଦୂରନଗରଠାରେ ପ୍ରତିଷ୍ଠା କରିଥିବା ସ୍ୱପ୍ନେଶ୍ୱର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପାଇଁ ସେ ପ୍ରସ୍ତୁତି ଚଳାଉଥିଲେ ବୋଲି ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe