ଶିକାରୀଙ୍କ କବ୍‌ଜାରେ କୁଲଡ଼ିହା ଅଭୟାରଣ୍ୟ: ଚାଲିଛି ଅବାଧ ଶିକାର ‘ସମ୍ବାଦ’ ହାତରେ ଲାଗିଲା ଫଟୋ

Advertisment

ବାଲେଶ୍ବର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ଚାଲିଛି ଅବାଧ ଶିକାର। ଶିକାରୀମାନେ ବନ୍ଧୁକ ଧରି ଅଭୟାରଣ୍ୟରେ ପଶି ମନଇଚ୍ଛା ଜୀବଜନ୍ତୁ ମାରୁଛନ୍ତି। ଏହି ଅଭୟାରଣ୍ୟ ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି।

ବାଲେଶ୍ବର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ଚାଲିଛି ଅବାଧ ଶିକାର। ଶିକାରୀମାନେ ବନ୍ଧୁକ ଧରି ଅଭୟାରଣ୍ୟରେ ପଶି ମନଇଚ୍ଛା ଜୀବଜନ୍ତୁ ମାରୁଛନ୍ତି। ଏହି ଅଭୟାରଣ୍ୟ ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି।

hffhhfhf

ନୀଳଗିରି: ବାଲେଶ୍ବର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ଚାଲିଛି ଅବାଧ ଶିକାର। ଶିକାରୀମାନେ ବନ୍ଧୁକ ଧରି ଅଭୟାରଣ୍ୟରେ ପଶି ମନଇଚ୍ଛା ଜୀବଜନ୍ତୁ ମାରୁଛନ୍ତି। ଏହି ଅଭୟାରଣ୍ୟ ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ନିକଟରେ ‘ସମ୍ବାଦ’ ହାତରେ ଲାଗିଥିବା କିଛି ଫଟୋ ଏ କଥାକୁ ପ୍ରମାଣିତ କରୁଛି।

କୁଲଡ଼ିହାର ସୁରକ୍ଷା ପାଇଁ ରହିଛି ମୋଟ ୧୪ ବିଟ୍। ଜଣେ ରେଞ୍ଜର୍‌ଙ୍କ ସହ ୫ ଜଣ ଫରେଷ୍ଟର, ୧୪ ଜଣ ଗାର୍ଡ ଓ ୭୧ ଜଣ ସବୁଜବାହିନୀ। ଏହାସହ ଗଜସାଥୀ ଓ ୧୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀ ନିୟୋଜିତ ଅଛନ୍ତି। ୯ଟିରୁ ଅଧିକ କ୍ୟାମେରା ଲାଗିଛି। କର୍ମଚାରୀଙ୍କ ହାତରେ ବିଭାଗ ୧୫ଟି ବନ୍ଧୁକ ବି ଧରାଇଛି। ହେଲେ କିଛି ଫଳ ମିଳୁନି। ଶିକାରୀମାନେ ମନଇଚ୍ଛା ଅଭୟାରଣ୍ୟରେ ପ୍ରବେଶ କରୁଛନ୍ତି। ଦେଶୀ ବନ୍ଧୁକ ଦ୍ବାରା ଏବଂ ଅନ୍ୟ ଉପାୟରେ ଜୀବଜନ୍ତୁ ମାରୁଛନ୍ତି। ଏବେ ମକର ପର୍ବ ଅବସରରେ ଆଦିବାସୀଙ୍କ ପାରମ୍ପରିକ ଅବାଧ ଶିକାର ବି ଚାଲିଛି। ‘ସମ୍ବାଦ’ ହାତରେ ଲାଗିଥିବା କିଛି ଫଟୋ ଏ କଥାକୁ ପ୍ରମାଣିତ କରୁଛି। ମିଳିଥିବା ଫଟୋରେ ୪ ଜଣ ଶିକାରୀଙ୍କୁ ଦେଖିବାକୁ ମିଳୁଛି। ଯେଉଁମାନେ ନିଜ ନିଜ ଭିତରେ କଥାବାର୍ତ୍ତା ହେଉଛନ୍ତି ଏବଂ ଯୋଜନାବଦ୍ଧ ଭାବେ ଶିକାର ପାଇଁ ଜଙ୍ଗଲରେ ପ୍ରବେଶ କରୁଛନ୍ତି। କୁହାଯାଉଛି, ଏହି ଫଟୋଗୁଡ଼ିକ ଚଳିତ ମାସ ୧ରୁ ୧୪ ତାରିଖ ମଧ୍ୟର। ସ୍ଥାନ ପଞ୍ଚଲିଙ୍ଗେଶ୍ବର ବିଟ୍‌ ଅଞ୍ଚଳର। ତେବେ ଏହି ଫଟୋଗୁଡ଼ିକ କିଏ ଉଠାଇଲା, ସେନେଇ ଜଣାପଡ଼ିନି। ହେଲେ ସେଗୁଡ଼ିକୁ ନେଇ ବନ୍ୟଜନ୍ତୁପ୍ରେମୀ ତଥା ପରିବେଶବିତ୍‌ମାନେ ଚିନ୍ତାବ୍ୟକ୍ତ କରିଛନ୍ତି।
ଏନେଇ ନୀଳଗିରି ରାଜା ତଥା ବନ୍ୟଜନ୍ତୁପ୍ରେମୀ ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନଙ୍କ ମତାମତ ନିଆଯାଇଥିଲା। ସେ କହିଛନ୍ତି, ବନ ବିଭାଗ ଶିକାର ରୋକିବା ପାଇଁ ଆଦୌ ଯତ୍ନବାନ ନୁହେଁ। ଏ କଥା ବିଭିନ୍ନ ସମୟରେ ଘଟୁଥିବା ଘଟଣାଗୁଡ଼ିକରୁ ସ୍ପଷ୍ଟ ହେଉଛି। କୁଲଡ଼ିହାରେ ଜୀବଜନ୍ତୁମାନେ ବିପଦରେ। ଏବେଠାରୁ କଡ଼ା ପଦକ୍ଷେପ ନିଆ ନଗଲେ ସ୍ଥିତି ବିଗିଡ଼ିଯିବ। ନା ରହିବ ଅଭୟାରଣ୍ୟ, ନା ରହିବେ ପଶୁପକ୍ଷୀ।

ଘଟଣା ବାବଦରେ କୁଲଡ଼ିହା ରେଞ୍ଜର ତଥା ଭାରପ୍ରାପ୍ତ ଏସିଏଫ୍‌ଓ ସୁବ୍ରତ ବେହେରାଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିଲା। ସେ କହିଛନ୍ତି, ଫଟୋଗୁଡ଼ିକ ବାବଦରେ ତଦନ୍ତ କରାଯିବ। ଯଦି ସତ ହୋଇଥିବ, ତେବେ ସଂପୃକ୍ତ ଶିକାରୀଙ୍କୁ ଧରିବା ସହ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe