କୁମ୍ଭମେଳାରୁ ରାଜ୍ୟକୁ ଫେରୁଥିଲେ ଆରଟିପିସିଆର ରି‌ପୋର୍ଟ ଓ ୧୪ ଦିନିଆ ସଂଗରୋଧ ବାଧ୍ୟତାମୂଳକ

Advertisment
କୁମ୍ଭମେଳାରୁ ରାଜ୍ୟକୁ ଫେରୁଥିଲେ ଆରଟିପିସିଆର ରି‌ପୋର୍ଟ ଓ ୧୪ ଦିନିଆ ସଂଗରୋଧ ବାଧ୍ୟତାମୂଳକ

ଭୁବନେଶ୍ବର: ହରିଦ୍ବାର କୁମ୍ଭମେଳାରେ ସାମିଲ ହୋଇ ରାଜ୍ୟକୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ଏନେଇ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଂଜୀକୃତ କରିଥିବା ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି ହୋଇଛି। ଗାଇଡଲାଇନ୍‌ ଅନୁସାରେ ଯେଉଁ ଶ୍ରଦ୍ଧାଳୁମାନେ କୁମ୍ଭମେଳାରେ ଅଂଶଗ୍ରହଣ କରି ରାଜ୍ୟକୁ ଫେରୁଛନ୍ତି, ସେମାନେ ବାଧ୍ୟତାମୂଳକ ଭାବେ ଆରଟିପିସିଆର ପରୀକ୍ଷା କରିବେ। ବିମାନ ଅଥବା ଟ୍ରେନ୍‌ରେ ଫେରିବା ପୂର୍ବରୁ ଆରଟିପିିସିଆର ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ହୋଇଛି।

କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଏସ୍‌ଆରସି ଗାଇଡଲାଇନ୍‌ ଜାରି କରିବା ସହ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୁମ୍ଭମେଳାରେ ସାମିଲ ଶ୍ରଦ୍ଧାଳୁଙ୍କ ଚିହ୍ନଟ ପାଇଁ ଉଲ୍ଲେଖ ରହିଛି। ‌ଶ୍ରଦ୍ଧାଳୁମାନେ କୁମ୍ଭମେଳାରେ ବୁଲିଥିବା ସ୍ଥାନ, ପରିଭ୍ରମଣ ସଂପର୍କିତ ତଥ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି। ଓଡ଼ିଶା ଫେରିବା ପରେ ୧୪ ଦିନିଆ ସଂଗରୋଧରେ ରହିବାକୁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି। ଲକ୍ଷଣ ଦେଖାଗଲେ ଅଙ୍ଗନବାଡ଼ି ଓ ଆଶାକର୍ମୀ ସ୍ବାସ୍ଥ୍ୟ ଯାଂଚ କରିବେ। ସେମାନଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେବେ। ‌ସେହିପରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବ୍ଲକ ଉନ୍ନୟନ ଅଧିକାରୀ ଓ ବିଜ୍ଞାପିତ ଅଂଚଳ ପରିଷଦର ଅଧିକାରୀଙ୍କୁ ରି‌ପୋର୍ଟ ଦେବେ। ଜିଲ୍ଲାପାଳମାନେ ଏସଂପର୍କରେ ସ୍ବାସ୍ଥ୍ୟ ବିଭାଗ ଓ ଏସ୍‌ଆରସିଙ୍କୁ ସବିଶେଷ ରିପୋର୍ଟ ପ୍ରଦାନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe