ବାମରା ଝିଅ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଅଞ୍ଚଳରେ ଖୁସିର ଲହରୀ

ବାମରା ଝିଅ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଅଞ୍ଚଳରେ ଖୁସିର ଲହରୀ

ଗଡ଼ପୋଷ: ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ କୁମୁଦିନୀ ନାଏକ ନିର୍ବାଚିତ ହେବାପରେ ଅଞ୍ଚଳରେ ଖୁସିର ଲହରୀ ଦେଖାଦେଇଛି। ବାମରା ଜୋନ ୧ରୁ ବିଜେଡ଼ି ପକ୍ଷରୁ ୨୦୧୭ରେ ନିର୍ବାଚିତ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଶ୍ରୀମତୀ ନାଏକ। ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ସେ ଜୋନ ୨ ପାଇଁ ବିଜେଡ଼ି ପ୍ରାର୍ଥୀ ହୋଇଥିଲେ। ତେବେ ଏହି ଜୋନରୁ ବିଜେଡ଼ି କେବେ ନିର୍ବାଚିତ ହୋଇ ନ ଥିଲା ବରଂ ୨୦୧୭ରେ ତୃତୀୟ ସ୍ଥାନରେ ରହିଥିଲା। ଜୋନ ୨ର ଝିଅ କିନ୍ତୁ ସମସ୍ତଙ୍କ ପସନ୍ଦ ହୋଇଥିଲେ। ତ୍ରିମୁଖୀ ଲଢ଼େଇକୁ ଭୁଲ ସାବ୍ୟସ୍ତ କରି ଶ୍ରୀମତୀ ନାଏକ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଦଳରୁ ଟିକେଟ ପାଇବା ଦିନରୁ ହିଁ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ ବୋଲି ଏକ ପ୍ରକାର ନିଶ୍ଚିତ ହୋଇ ପଡ଼ିଥିଲା। ତେବେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବା ପୂର୍ବରୁ ରାଜନୈତିକ ମହଲରେ ଏ ନେଇ ଅନିଶ୍ଚିତତା ଲାଗି ରହିଥିଲା।

ତେବେ ଆଜି ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପଡିଛି। ଶ୍ରୀମତୀ ନାଏକ ହୋଇଛନ୍ତି ବାମରା ବ୍ଲକରୁ ପ୍ରଥମଥର ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା। କୁମୁଦିନୀ ନାଏକ ବାମରା ବ୍ଲକ ଜୋନ ୨ ଅନ୍ତର୍ଗତ କେଶାଇବାହଲ ଗ୍ରାମ ପଞ୍ଚାୟତ ଭିକାପାଲି ନିବାସୀ ଶ୍ରୀ ଡିଲେଶ୍ୱର ନାଏକ ଓ ଶ୍ରୀମତୀ ସରସ୍ୱତୀ ନାଏକଙ୍କ ଝିଅ ହୋଇଥିବାବେଳେ ଜୋନ ୧ ପିଣ୍ଡାପଥର ଗ୍ରାମ ପଞ୍ଚାୟତ ମହୁଲଛାପଲ ନିବାସୀ ସ୍ବର୍ଗତ ବାଳମୁକୁନ୍ଦ ନାଏକ ଓ ସ୍ବର୍ଗତ ଉକିଆ ନାଏକଙ୍କ ପୁତ୍ର ବିନୟ ନାଏକଙ୍କ ଧର୍ମପତ୍ନୀ ଅଟନ୍ତି। ଶ୍ରୀମତୀ ନାଏକ ବାମରା ବ୍ଲକ ମହୁଳପାଲି ହାଇ ସ୍କୁଲରୁ ମ୍ୟାଟ୍ରିକ ଓ କେଶାଇବାହାଲ କଲେଜରୁ ରାଜନୀତି ଵିଜ୍ଞାନରେ ଅନର୍ସ ଗ୍ରେଜୁଏଟ ଅଟନ୍ତି। ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଝିଅ ବର୍ଷା ବର୍ତ୍ତମାନ ରେଭେନ୍ସା କଲେଜରୁ କମ୍ପୁଟର ବିଜ୍ଞାନରେ ପିଜି କରୁଛନ୍ତି। ବର୍ଷା ହାଇ ସ୍କୁଲ ରେ ଥିବାବେଳେ ବିଜ୍ଞାନ ମେଳା ପାଇଁ ରାଜ୍ୟରୁ ମନୋନୀତ ହୋଇ କଲିକତା ଯାଇଥିଲେ। ଯୁକ୍ତ ତିନିରେ ରାଉରକେଲା ସରକାରୀ କଲେଜ ଟପର ଓ ବିଇଡିରେ ୟୁନିଭରସିଟି ଟପ୍ପର ହୋଇଥିଲେ। ପୁଅ ବାପି ବର୍ତ୍ତମାନ ସୁନ୍ଦରଗଡ ଜିଲ୍ଲା କିରେଇଠାରେ ଆଇ ଟି ଆଇ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe