ବରଗଡ଼ରେ କୁନ୍ଦୁଲି ନିଆଁ : ପୁଲିସ୍‌ - ଯୁବମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି, ୪୦ ଗିରଫ

Advertisment
ବରଗଡ଼ରେ କୁନ୍ଦୁଲି ନିଆଁ : ପୁଲିସ୍‌ - ଯୁବମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି, ୪୦ ଗିରଫ

ବରଗଡ଼ : କୁନ୍ଦୁଲିର ନିଆଁ ବରଗଡ଼ ସହରରେ ଦେଖା ଦେଇଛି। କୁନ୍ଦୁଲି ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ପରେ ଆତ୍ମହତ୍ୟା ଘଟଣାକୁ ନେଇ ବିଜେପି ଯୁବମୋର୍ଚ୍ଚା ସିଧାସଳଖ ନବୀନ ସରକାରଙ୍କୁ ଦାୟୀ କରିଛି। ନ୍ୟାୟ ପାଇବା ଆଶାରେ ପୀଡ଼ିତା ଜଣକ ସଂଘର୍ଷ କରି ଜୀବନ ହାରି ଦେଇଛନ୍ତି। ତଥାପି ବିଜେଡି ସରକାର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇ ଗଣତନ୍ତ୍ରର ନିଲାମ କରୁଛି ବୋଲି ଯୁବମୋର୍ଚ୍ଚା ଅଭିଯୋଗ କରିଛି। ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି କରିଛି।

ଶନିବାର ଯୁବମୋର୍ଚ୍ଚାର କର୍ମୀ ଜର୍ଜ ହାଇସ୍କୁଲ ପଡ଼ିଆରୁ ଏକ ରାଲିରେ ଗାନ୍ଧୀ ଛକ ଯାଏଁ ବାହାରି ଥିଲେ। କିନ୍ତୁ ଏସ୍‌ପି ଅଫିସ୍‌ ପହଂଚିବା ବେଳେ ସବୁ ଓଲଟପାଲଟ ହୋଇଗଲା। ବ୍ୟାରିକେଡ୍‌ ଡେଇଁ କର୍ମୀମାନେ ଏସ୍‌ପି ଅଫିସ୍‌ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ସେଠାରେ ଆଗତୁରା ୨ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିଥିଲେ। କିନ୍ତୁ ପୁଲିସ୍‌ ସହ କର୍ମୀଙ୍କ ଧସ୍ତାଧସ୍ତି ଆରମ୍ଭ ହୋଇଥିଲେ। ବେଶ କିଛି ସମୟ ଧରି ପୁଲିସ୍‌ ଏବଂ କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଥିଲା।

ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ସଂପାଦକ ଇରାସିସ ଆଚାର୍ଯ୍ୟ ଏବଂ ଓମ୍‌ ପ୍ରକାଶ ମିଶ୍ର, ଜିଲ୍ଲା ସଭାପତି ପ୍ରିତେଶ ବହିଦାର, ଜିଲ୍ଲା ସାଧାରଣ ସଂପାଦକ ଟିକୁ ବେହେରା, ଅଶ୍ୱିନୀ ମାଝୀ, ଯୁଧିଷ୍ଠିର ମେହେର, ନିରୋଜ ବାରିକ, ଜୟଦେବ, ବାବୁ ନାଏକ, ଆଶିଷ ପୁରୋହିତ, ବ୍ରହ୍ମା ମହାକୁଡ଼, ଅମିତ ପଣ୍ଡାଙ୍କ ସମେତ ୪୦ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା। ସମସ୍ତଙ୍କୁ ଜର୍ଜ ହାଇସ୍କୁଲ ପଡ଼ିଆ ନିଆଯାଇଥିଲା। ପରେ ପିଆର୍‌ ବଣ୍ଡରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe