କୁନ୍ଦୁଲି ଗଣଦୁଷ୍କର୍ମ : ଜୟପୁର ହସ୍ପିଟାଲରେ ପୀଡ଼ିତା

Advertisment
କୁନ୍ଦୁଲି ଗଣଦୁଷ୍କର୍ମ : ଜୟପୁର ହସ୍ପିଟାଲରେ ପୀଡ଼ିତା

ଜୟପୁର : କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ପୀଡିତା ଗତକାଲି କୋରାପୁଟ ମେଡିକାଲରୁ ଡିସ୍‌ଚାର୍ଜ ହେବାପରେ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ତାଙ୍କୁ ଜୟପୁର ଉପଖଣ୍ଡ ମେଡିକାଲରେ ଭର୍ତି କରାଯାଇଛି। ପରୀକ୍ଷା ପରେ ତାଙ୍କ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ତଥାପି ତାଙ୍କୁ ମେଡିକାଲରେ ରଖି ନିରୀକ୍ଷଣ କରାଯାଉଛି। ଆସନ୍ତାକାଲି ପୁଣି ପରୀକ୍ଷା କରିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

ଗତକାଲି ସକାଳେ କୋରାପୁଟ ମେଡିକାଲରୁ ବାହାରିଥିବା ପୀଡିତାଙ୍କୁ ବିଳମ୍ବିତ ରାତିରେ ଜୟପୁର ନିକଟସ୍ଥ ସୌରାଗୁଡାରେ ଥିବା ଲାଇଫ ଫାଉଣ୍ଡେସନକୁ ଅଣାଯାଇଥିଲା। ପରିବାର ଲୋକ ଘରକୁ ନେବାକୁ ମନା କରିଦେବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ରଖିବା ବ୍ୟବସ୍ଥା କରାଯାଇଛି।

ଗତକାଲି ପୀଡିତା ସଂପୂର୍ଣ୍ଣ ସୁସ୍ଥ ବୋଲି କୋରାପୁଟ ମେଡିକାଲ କର୍ତୃପକ୍ଷ ଘୋଷଣା କରିଥିଲେ। କିନ୍ତୁ ସକାଳେ ପେଟ ବ୍ୟଥା ସହ ପରିଶ୍ରା ଜଳାପୋଡା ହେବାରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଜୟପୁର ମେଡିକାଲ ଅଣାଯାଇଥିଲା। ଏନେଇ ଏସଡିଏମଓ ଡାକ୍ତର ଦଧିବାମନ ତ୍ରିପାଠୀ କହିଛନ୍ତି ଯେ ସକାଳ ପ୍ରାୟ ୧୦ଟା ବେଳକୁ ତାଙ୍କୁ ମେଡିକାଲକୁ ଅଣାଯାଇଥିଲା। ପରିସ୍ରା ଜଳପୋଡା ସହ ପେଟ ବ୍ୟଥା ହେଉଥିବା ପୀଡିତା କହିବାରୁ ଚିକିତ୍ସା କରାଯାଇଥିଲା। ଚିକିତ୍ସା ସହ ଇସିଜି, ଏକ୍ସ-ରେ, ରକ୍ତଚାପ ଓ ସ୍ନାୟୁର ଗତି  ଆଦି ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ସବୁ ସ୍ୱାଭାବିକ ଥିବା ସ୍ପଷ୍ଟ ହୋଇଛି। ଆସନ୍ତାକାଲି ପୁଣି ସ୍ୱାସ୍ଥ୍ୟ ପରୀକ୍ଷା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe