କୁନ୍ଦୁଲି ଗଣଦୁଷ୍କର୍ମ ମାମଲା : ତଦନ୍ତ କମିସନଙ୍କ ନିକଟରେ ୧୬ ଜଣ ସାକ୍ଷ୍ୟ ଦେଇଥିବା ବେଳେ ୪ ଜଣଙ୍କ ସତ୍ୟପାଠ ଦାଖଲ

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା : ତଦନ୍ତ କମିସନଙ୍କ ନିକଟରେ ୧୬ ଜଣ ସାକ୍ଷ୍ୟ ଦେଇଥିବା ବେଳେ ୪ ଜଣଙ୍କ ସତ୍ୟପାଠ ଦାଖଲ

ଜୟପୁର: କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ଲୋଡା ଯାଇଥିବା ସାକ୍ଷ୍ୟପ୍ରଦାନ ଓ ସତ୍ୟପାଠ ଦାଖଲ ସମୟସୀମା ସୋମବାର ଶେଷ ହୋଇଛି। ଆଜି କମିସନ ପକ୍ଷରୁ ୧୬ ଜଣଙ୍କଠାରୁ ସାକ୍ଷ୍ୟ ନିଆଯାଇଥିବା ବେଳେ ୪ ଜଣଙ୍କଠାରୁ ସତ୍ୟପାଠ ଗ୍ରହଣ କରାଯାଇଛି।

publive-image

ସତ୍ୟପାଠ ମାମଲାର ପ୍ରଥମ ତଦନ୍ତକାରୀ ଅଫିସର ମମତା ପାଣିଗ୍ରାହୀ,କ୍ରାଇମ୍‌ ବ୍ରାଞ୍ଚ ସିଏବି ସୌଭାଗ୍ୟ ପଟ୍ଟନାୟକ, ପଟାଙ୍ଗି ଆଇଆଇସି ଦେବ କୁମାର ଗମାଙ୍ଗ, ଜୟପୁରର ପୂର୍ବତନ ଆଇଆଇସି ତପନ ନାରାୟଣ ରଥଙ୍କ ଠାରୁ ସତ୍ୟପାଠ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ପୀଡିତାଙ୍କ ପରିବାର ପକ୍ଷରୁ କୌଣସି ସତ୍ୟପାଠ ଦାଖଲ କରାଯାଇ ନଥିବା ଜଣା ପଡ଼ିଛି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୦ରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳରେ ସୁରକ୍ଷା କର୍ମୀ ପୋଷାକରେ ଥିବା ୪ ଜଣ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ବିଚାର ବିଭାଗୀୟ କମିସନ ପକ୍ଷରୁ ଫେବ୍ରୁଆରି ୧୨ରେ ବିଧବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କମିସନଙ୍କ ନିକଟରେ ମାର୍ଚ୍ଚ ୧୬ରେ ସତ୍ୟପାଠ ଦାଖଲର ଶେଷ ଦିନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe