କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ନାବାଳିକା କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ

Advertisment
ଏସ୍‌ସିବି ଚକ୍ଷୁ ବିଭାଗ ଓଟି ବନ୍ଦ: ୧୨ ରୋଗୀଙ୍କ ଆଖିରେ ସଂକ୍ରମଣ

Image Courtesy of The New Indian Express

ଜୟପୁର: ଶନିବାର ଦିନ ରକ୍ତବାନ୍ତି କରିବାରୁ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ନାବାଳିକାକୁ ରାତାରାତି କଟକସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି।

ସିଡବ୍ଲୁସି ପକ୍ଷରୁ କୋଟ୍‌ପାଡ୍‌ର ଏକ ସଦନରେ ରଖାଯାଇଥିବା ନାବାଳିକା ଗଣଦୁଷ୍କର୍ମ ପୀଡ଼ିତା ଗତକାଲି ଅପରାହ୍ଣରେ ବାନ୍ତି କରିଥିଲେ ଏବଂ ସେଥିରେ ରକ୍ତ ପଡ଼ିଥିଲା। ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ କୋରାପୁଟ୍‌ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜକୁ ନିଆଯାଇଥିଲା।

ସେଠାରେ ଆଉ ଦୁଇ ତିନ ଥର ରକ୍ତବାନ୍ତି କରିବାରୁ ପୀଡ଼ିତାଙ୍କୁ ବିଳମ୍ବିତ ରାତ୍ରୀରେ କଟକସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe