ମହାପ୍ରଭୁଙ୍କ ସେବାରେ କୁନି ଦଇତାପତି, ଭେଟିଦେଲେ ପାଉଣା

Advertisment
ମହାପ୍ରଭୁଙ୍କ ସେବାରେ କୁନି ଦଇତାପତି, ଭେଟିଦେଲେ ପାଉଣା

ପୁରୀ : ମହାପ୍ରଭୁଙ୍କ ଅଣସର ସେବାରୁ କୁନି ଦଇତାପତି ଭାବେ ସେବା ଆରମ୍ଭ କରିଛନ୍ତି ଦୋଳମଣ୍ଡପସାହିର ଦୀନବନ୍ଧୁ ଦାସମହାପାତ୍ରଙ୍କ ପୁଅ ସର୍ବାଙ୍ଗ ଦାସମହାପାତ୍ର। ‌ସୋମବାର ଦିନ ଅଣସର ପିଣ୍ଡିରେ ବିଜେ ଶ୍ରୀଜିଉଙ୍କୁ ପାଉଣା ଭେଟି ଦେବା ସହ ଚକଟା ଭୋଗ ସେବନ ପୂର୍ବକ ୬ ମାସ ୬ ଦିନର ସର୍ବାଙ୍ଗ ଆଜିଠାରୁ ଦଇତାପତି ସେବକର ମାନ୍ୟତା ଲାଭ କରିଛନ୍ତି।

ସର୍ବାଙ୍ଗଙ୍କ ବାପା ଦୀନବନ୍ଧୁ କହିଛନ୍ତି, ସର୍ବାଙ୍ଗ ଆଜି ମକୁଟା ପିନ୍ଧି ଦଇତାପତିଙ୍କ ବେଶରେ ଶ୍ରୀମନ୍ଦିରରେ ପ୍ରବେଶ ପରେ ଅଣସର ତାଟି ଦେଇ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ନିକଟକୁ ଯାଇଥିଲେ। ସେଠାରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ନିଜ ହାତରେ ପାଉଣା ଭେଟି ଦେଇ ସେବା ସ୍ବୀକାର କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ଚକଟା ଭୋଗ ସେବନ କରି ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe