‘ତୁଳସୀ ଦୁଇପତ୍ରରୁ ବାସେ’, ଗତବର୍ଷ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ କୁନି ଦେହୁରୀ

Advertisment
‘ତୁଳସୀ ଦୁଇପତ୍ରରୁ ବାସେ’, ଗତବର୍ଷ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ କୁନି ଦେହୁରୀ

କେନ୍ଦୁଝର : ଗତକାଲି ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦୁଝରର ଯେଉଁ ଝିଅଙ୍କୁ ପ୍ରଶଂସା କରିଥିଲେ, ‌ସେ ଗତବର୍ଷ ସେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା-୫୦ ମହିଳା ସମାବେଶ’ରେ ଅଂଶଗ୍ରହଣ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରୁ ‘ଶାରଦା ସୀମା ସମ୍ମାନ’ ଗ୍ରହଣ କରିଥିଲେ। ସେ ହେଉଛନ୍ତି, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ କରଡ଼ାପାଳ ଗ୍ରାମର କୁନି ଦେହୁରୀ। ‘ତୁଳସୀ ଦୁଇପତ୍ରରୁ ବାସିଲା ଭଳି’ ତାଙ୍କ ପ୍ରତିଭା ‌ଯେ ଦିନେ ବିକଶିତ ହେବ, ସେତେବେଳେ ସେ ପୁରସ୍କାର ଗ୍ରହଣ ସମୟରେ ଜଣାପଡ଼ିଥିଲା।

ଉଲ୍ଲେଖ‌ଯୋଗ୍ୟ ଯେ କୁନି ସୌରଶକ୍ତିକୁ ଉପଯୋଗ କରି ସୂତା କାଟିବା ସହ ପୋଷାକ ତିଆରି କରୁଛନ୍ତି। ଅନ୍ୟ ମହିଳାମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ସାମିଲ୍‌ କରିବାରେ ସହାୟତା କରୁଛନ୍ତି। ସୌରଶକ୍ତିର ଏହା ହେଉଛି ସବୁଠୁ ବଡ଼ ଉପଯୋଗିତା ବୋଲି କୁହଯାଉଛି। ଯେଉଁଥିପାଇଁ ନିଜର ସାପ୍ତାହିକୀ କାର୍ଯ୍ୟକ୍ରମରେ କୁନିଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe