ଚର୍ଚ୍ଚାରେ କୁସୁମାର ବିଳାସପୂର୍ଣ୍ଣ ବଙ୍ଗଳା: ରହସ୍ୟ ଖୋଲିବ ତଦନ୍ତ

Advertisment

ବନ୍ଦ ହେଲା ଜଳଫୁଆର, ଲେଜର୍‌ ଲାଇଟ୍‌ ବ୍ୟବସ୍ଥା

ବନ୍ଦ ହେଲା ଜଳଫୁଆର, ଲେଜର୍‌ ଲାଇଟ୍‌ ବ୍ୟବସ୍ଥା

ଚର୍ଚ୍ଚାରେ କୁସୁମାର ବିଳାସପୂର୍ଣ୍ଣ ବଙ୍ଗଳା: ରହସ୍ୟ ଖୋଲିବ ତଦନ୍ତ

ଯାଜପୁର: ଯାଜପୁର ସହରର କୁସୁମା ପରିସରରେ ଶିଶୁ ଉଦ୍ୟାନକୁ ନଷ୍ଟ କରି ବଙ୍ଗଳା ନିର୍ମାଣ କରାଯାଇଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହି ବଙ୍ଗଳା କାହିଁକି କରାଯାଇଛି? କିଏ ଏଠାରେ ରହୁଛି? କେଉଁ ଅନୁଦାନରୁ ଏହା ନିର୍ମାଣ ହେଉଛି? ଏହିଭଳି ପ୍ରଶ୍ନ ଉଠିଥିଲା। ପୌରପାଳିକା କୁସୁମା ଦାୟିତ୍ବରେ ରହଥିଲେ ମଧ୍ୟ କୌଣସି ଅଧିକାରୀ ମୁହଁ ଖୋଲି ନଥିଲେ। ଶେଷରେ ଏହି ବିଳାସପୂର୍ଣ୍ଣ କୋଠା ନିର୍ମାଣ ସଂପର୍କରେ ତଦନ୍ତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ମିଳିଥିବା ସୂଚନା ପ୍ରକାରେ ପୂର୍ବତନ ଜ଼ିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମୟରେ ଏହି ବଙ୍ଗଳାକୁ ନିର୍ମାଣ କରାଯାଇ କ୍ରୀଡ଼ା ବିଭାଗକୁ କ୍ରୀଡ଼ା କଟେଜ ନାମରେ ହସ୍ତାନ୍ତର କରାଯାଇଥିଲା। ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ଏହାକୁ ଗ୍ରହଣ କରିବାକୁ ଅରାଜି ହେବାରୁ ତାଙ୍କୁ ଚାପ ପକାଯାଇଥିଲା। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ଏ ସଂପର୍କରେ ପଚରାଯିବାରୁ ଏହା ପୌରପାଳିକା ଅଧୀନସ୍ଥ ସ୍ଥାନରେ ନିର୍ମାଣ କରାଯାଇଛି। ବଙ୍ଗଳାଟି କ୍ରୀଡ଼ା ବିଭାଗ ଅଧୀନରେ ରହିଛି ବୋଲି କହିଛନ୍ତି। କୁସୁମାରେ ନିର୍ମିତ ଏହି ବଙ୍ଗଳା ସଂପର୍କରେ ତଦନ୍ତ ହେବ ଏବଂ ଏହାର ବ୍ୟବହାର ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୮ ମାର୍ଚ୍ଚ ୨୫ରେ କୁସୁମା ଲୋକାର୍ପିତ ହୋଇଥିଲା। ଏହାର ଫୁଲ ବଗିଚା, ଶିଶୁ ଉଦ୍ୟାନ, ବୋଟିଂ ଏବଂ ଭଳିକି ଭଳି ଚିତ୍ରକଳା ଲୋକମାନଙ୍କୁ ଆକୃଷ୍ଟ କରୁଥିଲା। ଏହାପରେ କୁସୁମାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଆଗଲା। କୁସୁମା କେତେକ ମୁଷ୍ଟିମେୟ ରାଜନେତା ଓ ପ୍ରଶାସକଙ୍କ ଚିତ୍ତବି ନୋଦନ କେନ୍ଦ୍ର ପାଲଟିଗଲା। ଶିଶୁ ଉଦ୍ୟାନ ସ୍ଥାନରେ ବହୁ କୋଟି ଟଙ୍କା ବ୍ୟୟରେ ଅଟ୍ଟାଳିକା ନିର୍ମାଣ କରାଗଲା। ସେହିପରି, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ଏଠାରେ ପ୍ରତିଦିନ ସଂଧ୍ୟାରେ ଲେଜର୍‌ ଲାଇଟ୍‌ ସୋ’ ହେଉଥିଲା। ତାକୁ ମଧ୍ୟ ଏବେ ବନ୍ଦ କରାଗଲା। କୁସୁମା ପ୍ରକଳ୍ପ ଉଦ୍‌ଘାଟନର ଅଳ୍ପ କେତେମାସ ପରେ ଏଠାରେ ୭କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ମ୍ୟୁଜିକାଲ‌୍ ଲାଇଟ୍‌ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଜିଲ୍ଲା ପର୍ଯ୍ୟଟନ ବିଭାଗରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ଏବେ ସେହି ବ୍ୟବସ୍ଥା ଖରାପ ହୋଇଯାଇଛି। କୁସୁମା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ନୋଟିସ୍‌ ଜରିଆରେ ଏହା ଅବଗତ କରାଯାଇଛି। ଏଥିସହ ଯାନ୍ତ୍ରିକ ତ୍ରୁଟି କାରଣରୁ ଜଳ ଫୁଆର ମଧ୍ୟ ବନ୍ଦ ରହିବ ବୋଲି ନୋଟିସ୍‌ ମରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe