Advertisment

ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ

Advertisment
ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ

ସୁନ୍ଦରଗଡ଼: ଅବଶେଷରେ ବିଜୁ ଜନତା ଦଳରୁ ବହୁ ଚର୍ଚ୍ଚିତା କୁସୁମ ଟେଟେ ଇସ୍ତଫା ଦେଇଥିବା ଜଣାଯାଇଛି।ସେ ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଘୋଷଣା ଦେଇଥିବା କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବିଜେଡି ସୁନ୍ଦରଗଡ଼ ସଂରକ୍ଷିତ ଆସନରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଯୋଗେଶ ସିଂହଙ୍କୁ ବିଧାନସଭା ଟିକେଟ୍ ଦେଇଛି।

publive-image
ନିଜର ଇସ୍ତଫା ଘୋଷଣା ବେଳେ କୁସୁମ କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କୁ ଦଳ ୫ ବର୍ଷ ଚାକର ଭଳି ଖଟାଗଲା,ଆଉ ପରିଣାମ ଏୟା। ସେ ଅଭିଯୋଗ କରିଛନ୍ତି ଯେ ବିଜୁ ଜନତା ଦଳ ୩୩% ମହିଳାଙ୍କୁ ଟିକେଟ ଦେବା କଥା ମିଛ । ଏହାପରେ ସେ କେଉଁ ଦଳକୁ ଯିବେ ବା ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ତାହା ଖୁବ୍ ଶୀଘ୍ର ସ୍ଥିର କରିବେ ବୋଲି କହିଛନ୍ତି।

ଗତ ନିର୍ବାଚନରେ ସୁନ୍ଦରଗଡ଼ରୁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା କୁସୁମ ଟେଟେ  ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିଲେ। କୁସୁମ ଟେଟେ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ ସେ ଏଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଥିବା ହେତୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ କଂଗ୍ରେସ ଦଳରୁ ଇସ୍ତଫା ଦେବାପରେ ଯୋଗେଶ ସିଂହ ବିଜେଡିରେ ଯୋଗ ଦେବାପରେ ସୁନ୍ଦରଗଡ଼ରେ ବିଜେଡିରେ ବିବାଦ ଦେଖା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe