Kusuma Pond: ଚର୍ଚ୍ଚାରେ କୁସୁମା ପୋଖରୀ: ୮ ବର୍ଷ ହେଲା ଜାଲ ପଡ଼ିନି, କୋଟିଏ ଟଙ୍କାର ମାଛ ଗାଏବ

Advertisment

ଯାଜପୁର ସହରର ଅନ୍ୟତମ ଆକର୍ଷଣ କୁସୁମା ପୋଖରୀକୁ ବିବାଦ ପିଛା ଛାଡ଼ୁନି। ପ୍ରକଳ୍ପରୁ କୋଟିକୋଟି ଟଙ୍କା ଚଳୁ କରାଯାଇଥିବାର ଅଭିଯୋଗ ପରେ ଏବେ ଏହି ପୋଖରୀରେ ଥିବା ମାଛକୁ ନେଇ ଆଉ ଏକ ଅନିୟମିତତା ସାମନାକୁ ଆସିଛି।

ଯାଜପୁର ସହରର ଅନ୍ୟତମ ଆକର୍ଷଣ କୁସୁମା ପୋଖରୀକୁ ବିବାଦ ପିଛା ଛାଡ଼ୁନି। ପ୍ରକଳ୍ପରୁ କୋଟିକୋଟି ଟଙ୍କା ଚଳୁ କରାଯାଇଥିବାର ଅଭିଯୋଗ ପରେ ଏବେ ଏହି ପୋଖରୀରେ ଥିବା ମାଛକୁ ନେଇ ଆଉ ଏକ ଅନିୟମିତତା ସାମନାକୁ ଆସିଛି।

kusuma

ଯାଜପୁର: ଯାଜପୁର ସହରର ଅନ୍ୟତମ ଆକର୍ଷଣ କୁସୁମା ପୋଖରୀକୁ ବିବାଦ ପିଛା ଛାଡ଼ୁନି। ପ୍ରକଳ୍ପରୁ କୋଟିକୋଟି ଟଙ୍କା ଚଳୁ କରାଯାଇଥିବାର ଅଭିଯୋଗ ପରେ ଏବେ ଏହି ପୋଖରୀରେ ଥିବା ମାଛକୁ ନେଇ ଆଉ ଏକ ଅନିୟମିତତା ସାମନାକୁ ଆସିଛି। ଗତ ୮ ବର୍ଷ ହେଲା ଏହି ପୋଖରୀରୁ ମାଛ ଧରା ହୋଇନାହିଁ, ଅଥଚ ‌ମାଛ ସବୁ ରହସ୍ୟଜନକ ଭାବେ ଗାଏବ ହୋଇଯାଉଛି। ଫଳରେ ଗତ ୮ ବର୍ଷ ଭିତରେ ଯାଜପୁର ପୌରସଂସ୍ଥା ପାଖାପାଖି କୋଟିଏ ଟଙ୍କାର ରାଜସ୍ବ ହରାଇଲାଣି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ନିଲାମଧାରୀ ମାଛ ଧରିନଥିବା ମତ ରଖିଥିବା ବେଳେ ପୋଖରୀରୁ ୧୦ ଟନ୍‌ ମାଛ କୁଆଡ଼େ ଗଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

jajpur president ମହାମହିମଙ୍କ ଯାଜପୁର ଗସ୍ତ, ମାଆ ବିରଜାଙ୍କ ଦର୍ଶନ ସହ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ମୁତାବକ, କୁସୁମା ପୋଖରୀ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ସେଥିରେ ମାଛ ଚାଷ କରାଯାଇଥିଲା। ଏଥିପାଇଁ ଯାଜପୁର ପୌରସଂସ୍ଥା ବାର୍ଷିକ ୧୨ ଲକ୍ଷ ୫୦ ହଜାର ଟଙ୍କାରେ ନିଲାମ ଡାକିଥିଲା। ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଯାଜପୁର ‌‌ପୌରପାଳିକା ସାନସାହିପୁର ଅଞ୍ଚଳର ଦିଲ୍ଲୀପ କୁମାର ଜେନା ନିଲାମ ନେଇଥିଲେ। ପ୍ରଥମ ବର୍ଷ ଶ୍ରୀ ଜେନା ୧୦ ଟନ୍‌ ମାଛ ଉଠାଇବା ବାବଦରେ ଯାଜପୁର ପୌରପାଳିକାକୁ ସର୍ତ୍ତ ମୁତାବକ ୧୨ ଲକ୍ଷ ୫୦ ହଜାର ଟଙ୍କା ପୈଠ କରିଥିଲେ। ମାତ୍ର ସେ ମାଛ ଧରିନଥିଲେ। ପୁନର୍ବାର ୨୦୨୧ ମସିହାରେ ପୌରପାଳିକା ପକ୍ଷରୁ ନିଲାମ ଡକାଯାଇ ଶ୍ରୀ ଜେନାଙ୍କୁ ୧୪ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଥିଲା। ପ୍ରଥମ ଥର ମାଛ ଧରିନଥିବା ଶ୍ରୀ ଜେନା ଦ୍ବିତୀୟ ଥର ୧୪ ଲକ୍ଷ ଟଙ୍କାର ଟେଣ୍ଡର ପାଇଥିଲେ ବି ଅର୍ଥ ପୈଠ କରିନଥିଲେ। ପ୍ରଥମେ ଜମା କରିଥିବା ୧୨ ଲକ୍ଷ ୫୦ ହଜାର ଟଙ୍କା ଶ୍ରୀ ଜେନା ଏ ପର୍ଯ୍ୟନ୍ତ ଫେରିପାଇନଥିବା କହିଛନ୍ତି। ତେବେ ପୌର ସଂସ୍ଥା କାହା ଚାପରେ କୁସୁମାରୁ ମାଛ ଧରୁନଥିଲା ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏ ବାବଦରେ ଯାଜପୁର ପୌରନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ରାଉତଙ୍କୁ ପଚରାଯିବାରୁ ସେ ଏ ସଂପର୍କରେ କିଛି କହିବାକୁ ମନା କରିଦେଇଥିଲେ। 

Jammu Kashmir: ଜମ୍ମୁ-କାଶ୍ମୀରରେ ୩୧ଟି ପଥର କ୍ରସର ନେତା ଓ ବାବୁଙ୍କ ମାଲିକାନାରେ ରହିଛି : ଖଣିମନ୍ତ୍ରୀ

ସୂଚନାଯୋଗ୍ୟ, ୨୦୧୮ ମସିହା ମାର୍ଚ୍ଚ ୨୫ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୨୨ କୋଟି ଟଙ୍କା ବ୍ୟୟରେ କୁସୁମା ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ୨୦୧୯-୨୦ରେ ଏହି ପୋଖରୀରେ ଫ୍ଲୋଟିଂ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ପାଇଁ ୬ କୋଟି ୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ପ୍ରକଳ୍ପ ସହରର ଅନ୍ୟତମ ଆକର୍ଷଣ ଥିଲେ ମଧ୍ୟ ପ୍ରକଳ୍ପ ନାମରେ ହୋଇଥିବା କେଳେଙ୍କାରୀ ଚର୍ଚ୍ଚାରେ ଥିଲା। ବିନା କୌଣସି ଫଳକ ଓ ସାଧାରଣରେ ତଥ୍ୟ ପ୍ରକାଶ ନକରି ଦୁଇ ମହଲା ବିଶିଷ୍ଟ ୯ଟି ଭବ୍ୟ କଟେଜ୍ ସହିତ ଏହି ବିଶାଳ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ହୋଇଥିବାରୁ ଏହା ବିବାଦ ଘେରକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe