ବିଧାନସଭା ସ୍ବାଧିକାର କମିଟିରୁ ଇସ୍ତଫା ଦେଲେ କେଭି

Advertisment
ବିଧାନସଭା ସ୍ବାଧିକାର କମିଟିରୁ ଇସ୍ତଫା ଦେଲେ କେଭି

ଭୁବନେଶ୍ବର : ବିଧାନସଭାର ସ୍ବାଧିକାର କମିଟିରୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଇସ୍ତଫା ଦେଇଛନ୍ତି। କମିଟି ନିକଟରେ ହାଜର ହେବା ପାଇଁ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ୍ ଜାରି କରାଯିବାର ପ୍ରତିବାଦରେ ସେ ଇସ୍ତଫା ଦେଇଥିବା କହିଛନ୍ତି।

ଶ୍ରୀ ସିଂହଦେଓ କହିଛନ୍ତି, ଓଟିଭି ବିରୋଧରେ ତାରା ପ୍ରସାଦ ବାହିନୀପତି ସ୍ବାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ। କିନ୍ତୁ ସେ ଜାଗି ମଙ୍ଗତ ପଣ୍ଡାଙ୍କୁ ସମନ କରିବାକୁ କହି ନ ଥିଲେ। ଏପରି କ୍ଷେତ୍ରରେ ସାଧାରଣତଃ ସମ୍ପାଦକ ଓ ରିପୋର୍ଟର୍‌ଙ୍କୁ ସମନ୍ କରାଯାଏ। ମାତ୍ର ତାହା କରା ନ ଯାଇ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡାଙ୍କୁ ସମନ୍ କରାଗଲା। ଶ୍ରୀମତୀ ପଣ୍ଡା ରାଜ୍ୟ‌େର ଜଣେ ଜଣାଶୁଣା ମହିଳା ଶି‌େଳ୍ପାଦ୍ୟୋଗୀ। ତାଙ୍କୁ ଏମିତି ସର୍ବସାଧାରଣରେ ହଇରାଣ କରାଯିବା ମହିଳା ବିରୋଧୀ। ସ୍ବାଧିକାର କମିଟି ଅଧ୍ୟକ୍ଷଙ୍କ ଏପରି କାରବାରରେ ରାଜନୈତିକ ଗନ୍ଧ ବାରି ହୋଇପଡ଼ୁଛି। ରାଜନୈତିକ କାରଣରୁ ତାଙ୍କୁ ସମନ କରାଯାଇଥିବା ସ୍ପଷ୍ଟ ହେଉଛି। ଏଭଳି କ୍ଷେତ୍ରରେ କମିଟିରେ ରହିବା ଉଚିତ ମଣୁ ନାହାନ୍ତି ବୋଲି କେଭି କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ବର୍ଷ ନଭେମ୍ବର ୨୦ ତାରିଖରେ ବିଧାନସଭାର ଶୀତକାଳୀନ ଅଧିବେଶନରେ ଏକ ଖବର ପ୍ରସାରଣକୁ ନେଇ ଓଟିଭି ବିରୋଧରେ ଶ୍ରୀ ବାହିନୀପତି ସ୍ବାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ। ବିଧାନସଭାର ସ୍ବାଧିକାର କମିଟି ଏହାକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଦେବାକୁ ବାଚସ୍ପତି ନି‌ର୍ଦ୍ଦେଶ ଦେଇଥିଲେ। ଗତ ୨୧ ତାରିଖରେ ସ୍ବାଧିକାର କମିଟି ଅଧ୍ୟକ୍ଷ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ କମିଟିର ବୈଠକ ବସି ଶ୍ରୀମତୀ ପଣ୍ଡାଙ୍କୁ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାକୁ ୭ ଦିନ ସମୟ ଦିଆଯାଇଥିଲା। ସେହି ଅନୁଯାୟୀ ଗତ ୨୮ ତାରିଖରେ ସେ ବ୍ୟକ୍ତିଗତ ଭାବେ କମିଟି ନିକଟରେ ହାଜର ହୋଇ ପକ୍ଷ ରଖିଥିଲେ। ଜଣେ ମହିଳା ଶିଳ୍ପୋଦ୍ୟୋଗୀ ଭାବେ ତାଙ୍କୁ ପ୍ରବଳ ହଇରାଣ କରାଯାଉଥିବା ନେଇ ସେ ଗଣମାଧ୍ୟମକୁ କହିଥିଲେ। ଅପର ପକ୍ଷରେ ନୋଟିସ୍ ପ୍ରତ୍ୟାହାର କରିବାକୁ ବିଧାନସଭାର ସଚିବଙ୍କୁ ଲିଖିତ ଭାବେ ସେ ଜଣାଇଛନ୍ତି ବୋଲି ଶ୍ରୀ ବାହିନୀପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe