ଶ୍ରମିକ ନେତା ଦ୍ବାରିକା ମୋହନ ମିଶ୍ରଙ୍କ ପ‌ରଲୋକ

ଶ୍ରମିକ ନେତା ଦ୍ବାରିକା ମୋହନ ମିଶ୍ରଙ୍କ ପ‌ରଲୋକ

ଭୁବନେଶ୍ବର : ବିଶିଷ୍ଟ ଶ୍ରମିକ ନେତା ଦ୍ବାରିକା ମୋହନ ମିଶ୍ରଙ୍କ ଗତକାଲି ରାତି ୧୦ଟାରେ ତାଳଚେରସ୍ଥିତ ବାସଭବନରେ ପରଲୋକ ହୋଇଛି। ତାଙ୍କୁ ୮୮ ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ବଡ଼ ପୁଅ ଶାନ୍ତିବର୍ଦ୍ଧନ ମିଶ୍ର, ସାନ ପୁଅ ଜୟବର୍ଦ୍ଧନ ମିଶ୍ର, ଝିଅ ବସୁମିତ୍ରା ତ୍ରିପାଠୀ, ସୁମିତ୍ରା ପଣ୍ଡା, ବବିତା ରଥ, ବିଚିତ୍ରା ରଥ, କଳ୍ପମିତ୍ରା ରଥ, ଜ୍ବାଇଁ ଉମାବଲ୍ଲଭ ରଥ ଓ ଦୁଇ ବୋହୂଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ‌

ସୋମବାର ସକାଳେ ତାଳଚେରରୁ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ବରସ୍ଥିତ ଗଜପତି ନଗର ବାସଭବନକୁ ଅଣାଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କଲା ପରେ ମଧ୍ୟାହ୍ନ ୧ଟାରେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସେଠାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ, ରାମକୃଷ୍ଣ ପଣ୍ଡା ଓ ବିଭିନ୍ନ ଶ୍ରମିକ ନେତାମାନେ ଉପସ୍ଥିତ ଥିଲେ। ବଡ଼ପୁଅ ଶାନ୍ତିବର୍ଦ୍ଧନ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ବହୁ ଶ୍ରମିକ ସଂଗଠନ ଓ ଏଆଇଏଫ୍‌ବିର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ର ପ୍ରମୁଖ ଶୋକବ୍ୟକ୍ତି କରିଛନ୍ତି। ସେ ବହୁ ବର୍ଷ ଧରି ରାଜ୍ୟ ଗୃହ ନିର୍ମାଣ ବୋର୍ଡ, ହସ୍ତତନ୍ତ ଉନ୍ନୟନ ନିଗମ ଅଧ୍ୟକ୍ଷ ଓ ସର୍ବଭାରତୀୟ କଂଗ୍ରେସ ଶ୍ରମିକ ସଂଗଠନର ଉପ ସଭାପତି ଭାବେ କାର୍ଯ୍ୟ କରିଥିଲେ। ଏଥିସହ ଦତ୍ତାତ୍ରେୟ ଆଶ୍ରମ ଟ୍ରଷ୍ଟ ପ୍ରତିଷ୍ଠା କରିବା ସହ ତା’ର ଅଧ୍ୟକ୍ଷ ଦାୟିତ୍ବରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe