ସ୍ଥାୟୀ ଶ୍ରମିକ ନିଯୁକ୍ତି ଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

Advertisment
ସ୍ଥାୟୀ ଶ୍ରମିକ ନିଯୁକ୍ତି ଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
ଭଦ୍ରକ: ଭଦ୍ରାକରେ  ଆଜି  ଆଶା କର୍ମୀ, ପାଚିକା ଓ ଅଙ୍ଗନବାଡି କର୍ମୀଙ୍କ ଭଳି  ସ୍କମୀ ଶ୍ରମିକମାନଙ୍କୁ ସ୍ଥାୟୀ ଶ୍ରମିକ ନିଯୁକ୍ତି ଦେବା, ମାସକୁ ୨୬୦୦୦ଟଙ୍କା ବେତନ ଦେବା, ୧୦୦୦୦ଟଙ୍କା ପେନସନ ବ୍ୟବସ୍ଥା କରିବା, ସହ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସାମାଜିକ ନିରାପତ୍ତା ପାଇଁ ଦାବିକରି ଦେଶବ୍ୟାପି ସିଟୁ ପକ୍ଷରୁ ପ୍ରତିବାଦ  ଦିବସ ପାଳନ ଅବସରରେ ଭଦ୍ରକ ଜିଲ୍ଲାର ସିଟି ନେତା ଦିବ୍ୟ ସିଂହ ନାୟକ, ରାଧା ଦାସ, ମଳୟ ଭୋଇ, କାମିନୀ ଭୋଇ, ସୀତା ଦାଶ, ମମତା ଜେନା, ମହେଶ୍ୱର ନାୟକ, ନାରାୟଣ  ପାତ୍ର, ପଦ୍ମିନୀ ପଣ୍ଡା, ସର୍ଶ୍ଵତି ହାତୀ ଓ ପ୍ରତିମା ସାମଲ ଙ୍କ ନେତୃତ୍ୱ ରେ ଏକ ଶୋଭାଯାତ୍ରା ଭଦ୍ରକ ବନ୍ତ ଛକ ବସଷ୍ଟାଣ୍ଡରୁ ଆରମ୍ଭ ହୋଇ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ଗୋଟିଏ ପ୍ରତିବାଦ ସଭା ଶ୍ରମିକ ନେତା ଦିବ୍ୟ ସିଂହ ନାୟକଙ୍କ ସଭାପତିରେ ଅନୁଷ୍ଠିତ ହୋଇଥିଲା ସେଥିରେ ବକ୍ତା ଭାବେ ବାସନ୍ତୀ ବେହେରା, ସୀତା ଦାଶ, ମମତା ଜେନା, ମଳୟ ଭୋଇ ଓ କାମିନୀ ଭୋଇ ବକ୍ତବ୍ୟ ରଖିଥିଲେ ଓ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆନ୍ଦୋଳନ ବ୍ୟାପକ ଭାବେ ଗଢ଼ି ତୋଳିବାକୁ ନିବେଦନ କରିଥିଲେ। ଏମ୍ ଏଲ ଏ ମାନଂକ ବେତନ ବୃଦ୍ଧି କରିବାକୁ ବିଧାୟକ ମାନେ ମାସକୁ ଲକ୍ଷାଧିକ ଟଙ୍କା ଦାବି କରୁଥିଲା ବେଳେ, ମୂଲିଆଙ୍କ ଦିନକୁ ମଜୁରୀ ନିର୍ଦ୍ଧାରଣ କରିଛନ୍ତି ୨୩୩ଟଙ୍କା, ସେହି ମଜୁରୀ ସ୍କାମି ୱର୍କରମାନେ ପାଇବାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ନିରାପତ୍ତା ପାଇଁ ଦାବିକରି ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଧାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରଦାନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe