ଦୁର୍ଘଟଣାରେ ଓଡ଼ିଆ ଦାଦନ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ, ଧାର କରଜ ଟଙ୍କାରେ ଗାଁକୁ ଫେରିଲା ମୃତଦେହ

Advertisment
ଦୁର୍ଘଟଣାରେ ଓଡ଼ିଆ ଦାଦନ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ, ଧାର କରଜ ଟଙ୍କାରେ ଗାଁକୁ ଫେରିଲା ମୃତଦେହ

କୋକସରା: ସଡ଼କ ଦୁର୍ଘଟଣାରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶର ନିଜାମାବାଦ୍‌ରେ ମୃତ୍ୟୁ ହୋଇଛି। ପରିବାର ଲୋକେ ମୃତଦେହ ଆଣିବା ପାଇଁ ଟଙ୍କା ଧାର କରଜ କରିଛନ୍ତି। ମୃତ ବ୍ୟକ୍ତି ହେଲେ ଚନ୍ଦ୍ରମଣି ରାଉତ (୨୭)।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ବଗଡିଆପଡାର ଜୟଲାଲ ରାଉତଙ୍କ ପୁଅ ଚନ୍ଦ୍ରମଣି ରାଉତ ଗତ ସପ୍ତାହରେ ଆନ୍ଧ୍ରପ୍ରଦେଶର ନିଜାମାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଗତ ମଙ୍ଗଳବାର ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ତାଙ୍କ ପରିବାର ଲୋକେ ଗରିବ ହୋଇଥିବାରୁ ଟଙ୍କା ଧାର କରଜ କରି ମୃତ ଶବ ଆଣିବାକୁ ନିଜାମାବାଦ ଯାଇଥିଲେ। ଆଜି ଶ୍ରମିକ କାମ କରୁଥିବା କମ୍ପାନି ସହାୟତାରେ ମୃତ ଯୁବକଙ୍କ ଶବ ଆଜି ଏକ ଆମ୍ବୁଲାନ୍ସରେ ନିଜ ଗାଁ କୁ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ମଶାଣିରେ ଶବଦାହ କରାଯାଇଥିଲା। ପରିବାରର ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ମା’ ଓ ବାପା ଭାଙ୍ଗି ପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe