ବେଆଇନ ଫୁଟାଉଥିଲେ ପଥର, ଶ୍ରମିକଙ୍କ ଜୀବନ ଗଲା

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଓ ପୋଲସରା ତହସିଲ ଅଧୀନ ଭାଟଖାଲି ହିଲ୍‌ ତଥା ବନ ବିଭାଗ ଅଧୀନରେ ପରିଚାଳିତ ପାହାଡ଼ରେ ଆଜି ଅପରାହ୍‌ଣରେ ବେଆଇନ ଭାବେ ପଥର ଫୁଟାଯାଉଥିବା ସମୟରେ ଅଭାବନୀୟ ଘଟଣା ଘଟିଛି। ପଥର ଫୁଟି ଯିବାରୁ ଦୁର୍ଘଟଣାରେ ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି। ଶ୍ରମିକଙ୍କ ଶବ ପଥର ଭିତରେ ଚାପି ହୋଇରହିଥିବା ବେଳେ ପୁଲିସ ସେଠାରେ ପହଞ୍ଚିଛି। କିନ୍ତୁ ମୃତକଙ୍କ ପରିଚୟ ଏଯାବତ୍ ମିଳିପାରିନି। ପୁଲିସ ଶବକୁ ଜଗିଥିବା ବାଲିଛାଇ ଫାଣ୍ଡି ଅଧିକାରୀ ସୁଜିତ କୁମାର ରାଉତ ସୂଚନା ଦେଇଛନ୍ତି। ସୂଚନା ଥାଉକି, ଭାଟଖାଲି ହିଲ୍ ମୟୂରମାନଙ୍କ ଅବାଧ ବିଚରଣସ୍ଥଳ ହୋଇଥିବା ବେଳେ ଏଠାରେ ମାଫିଆମାନେ ବେଆଇନ ଭାବେ ପଥର ଫୁଟାଉଛନ୍ତି। କିଛିବର୍ଷ ତଳେ ଏଠାରେ ଅଘଟଣରେ ୩ ଜଣ ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe