ସୋହେଲା : ଗଂଜାମରୁ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୮ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଓ ଅନେକ ଆହତ ହେବା ଖବର ପାଇବା ପରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ରାୟପୁର ଡାକ୍ତରଖାନାକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟିଛନ୍ତି। ସେମାନଙ୍କ ଚିକିତ୍ସା ନେଇ ଡାକ୍ତରଙ୍କ ସହ କଥା ହୋଇଛନ୍ତି। ଏଥିସହ ସେ ଦୁର୍ଘଟଣାସ୍ଥଳକୁ ମଧ୍ୟ ଯାଇ ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣାରେ ବର୍ତି ଯାଇଥିବା ଶ୍ରମିକଙ୍କୁ ରାତ୍ରିଭୋଜନ ଦିଆଯିବା ପରେ ୨ଟି ବସ୍ରେ ସେମାନଙ୍କ ଗାଁକୁ ପଠାଯାଇଥିବା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us