ଇବ୍‌ ନଦୀରେ ଭାସିଗଲେ ଶ୍ରମିକ

ଇବ୍‌ ନଦୀରେ ଭାସିଗଲେ ଶ୍ରମିକ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପଟେ ନିର୍ମାଣାଧୀନ ଇବ୍‌ ନଦୀରେ ଭାସିଯାଇ ଜଣେ ଶ୍ରମିକ ନିଖୋଜ ହୋଇଯାଇଛନ୍ତି। ଶ୍ରମିକ ଜଣକ ହେଲେ ଜଗବନ୍ଧୁ ଜଗତ (୪୭)। ଗତ ରାତିରେ ପ୍ରବଳ ବର୍ଷା ହେବା ଫଳରେ ଓପିଏମ ପମ୍ପ ହାଉସ୍‌ ନିକଟ ବାଲିବନ୍ଧ ସକାଳେ ଭାଙ୍ଗି ଯାଇଥିଲା। ତଳ ମୁଣ୍ଡରେ ଇବ୍‌ ନଦୀରେ ନିର୍ମାଣାଧୀନ ରେଲେଓ୍ଵ ତୃତୀୟ ଲାଇନ୍‌ ନିକଟରେ ନିର୍ମିତ ବନ୍ଧ ଉପରକୁ ପାଣି ଆସି ଜମା ହୋଇଥିଲା। ସେହି ପାଣିକୁ ବନ୍ଦ କରିବାକୁ ଯାଇ ପଥର ପକାଉଥିବା ବେଳେ ହଠାତ୍‌ ଉକ୍ତ ବନ୍ଧଟି ଧସି ପଡ଼ିଥିଲା ଏବଂ ଜଗବନ୍ଧୁ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe