ଲାଞ୍ଚ ନେଇ ଭିଜିଲାନ୍‌ସ୍‌ ହାତରେ ଧରାପଡ଼ିଲେ ଶ୍ରମ କାର୍ଯ୍ୟାଳୟ କିରାଣି ଓ ଡାଟା ଏଣ୍ଟ୍ରି ଅପରେଟର୍‌

Advertisment
ଲାଞ୍ଚ ନେଇ ଭିଜିଲାନ୍‌ସ୍‌ ହାତରେ ଧରାପଡ଼ିଲେ ଶ୍ରମ କାର୍ଯ୍ୟାଳୟ କିରାଣି ଓ ଡାଟା ଏଣ୍ଟ୍ରି ଅପରେଟର୍‌

ବାଲେଶ୍ୱର: ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ଗ୍ରହଣ କରିବା ବେଳେ ବୁଧବାର ଦିନ ବାଲେଶ୍ୱର ଶ୍ରମ କାର୍ଯ୍ୟାଳୟର ଜଣେ କିରାଣି ଏବଂ ଜଣେ ଡାଟା ଏଣ୍ଟ୍ରି ଅପରେଟର୍‌ ଭିଜିଲାନ୍‌ସ୍‌ ହାତରେ ଧରାପଡ଼ିଛନ୍ତି।

ଧରାପଡ଼ିଥିବା କର୍ମଚାରୀମାନେ ହେଉଛନ୍ତି କିରାଣି ସତ୍ୟବ୍ରତ ବେହେରା ଓ ଡାଟା ଏଣ୍ଟ୍ରି ଅପରେଟର୍‌ ମୀନାକ୍ଷି ସିଂହ।

କଣ୍ଟ୍ରାକ୍ଟ୍‌ କାର୍ଡ ରିନୁଆଲ୍‌ ନିମନ୍ତେ ନୀଳଗିରି ଅଞ୍ଚଳର ଲେବର୍‌ କଣ୍ଟ୍ରାକ୍ଟର୍‌ ରାକେଶ ମହଲ ବାରମ୍ବାର ଶ୍ରମ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ ତାହା କରାଇବାରେ ସଫଳ ହେଉ ନ ଥିଲେ। ରିନ୍ୟୁ ଲାଗି ଶ୍ରମ ଅଧିକାରୀ (ଡିଏଲ୍‌ଓ) ଟଙ୍କା ଦାବି କରୁଛନ୍ତି ବୋଲି ସତ୍ୟବ୍ରତ ତାଙ୍କୁ କହୁଥିଲେ।

publive-image

ତେଣୁ ଏ ସଂକ୍ରାନ୍ତରେ ରାକେଶ ଭିଜିଲାନ୍‌ସ୍‌କୁ ଜଣାଇବା ସହ ଆଜି ୩ ହଜାର ଟଙ୍କା ନେଇ ସତ୍ୟବ୍ରତଙ୍କୁ ଦେଇଥିଲେ। ସତ୍ୟବ୍ରତ ସେ ଟଙ୍କା ନେଇ ମୀନାକ୍ଷିଙ୍କ ପାଖରେ ରଖିଥିଲେ। ଏହି ସମୟରେ ଭିଜିଲାନ୍‌ସ୍‌ ଅଧିକାରୀମାନେ ସେଠରେ ପହଞ୍ଚି ଲାଞ୍ଚ ଟଙ୍କା ଜବତ କରିବା ସହ ଦୁହିଁଙ୍କୁ ଧରିଥିଲେ।

ପରେ ପରେ ଭିଜିଲାନ୍‌ସ୍‌ ଅଧିକାରୀମାନେ କାର୍ଯ୍ୟାଳୟ ନିକଟରେ ଥିବା ସତ୍ୟବ୍ରତଙ୍କ କ୍ୱାର୍ଟର୍ସ ଏବଂ ଅଫିସ୍‌ରେ ଚଢ଼ାଉ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ପରେ ଉଭୟଙ୍କୁ ଧରି ନେଇ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe