୩୩ କେଭି ବିଦ୍ୟୁତ୍ ତାର ଲାଗି ଶ୍ରମିକ ଗୁରୁତର

Advertisment
୩୩ କେଭି ବିଦ୍ୟୁତ୍ ତାର ଲାଗି ଶ୍ରମିକ ଗୁରୁତର

Deccan Herald

ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମନମୁଣ୍ଡା ବାଇପାସ୍ ରାସ୍ତା ପାର୍ଶ୍ବରେ ନିର୍ମାଣାଧୀନ ଏକ କୋଠା ଉପର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଘଟଣାକୁ ୪ ଦିନ ବିତି ଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଆହତ ଶ୍ରମିକ ଜଣକ ପଶ୍ଚିମବଙ୍ଗ ରାଜ୍ୟ ହାଜରପୁର ଅଞ୍ଚଳର ମାତେନ୍ ସେଠ (୨୫) ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ମନମୁଣ୍ଡା ବାଇପାସ୍‌ରେ ଜଣେ ବ୍ୟକ୍ତି ନିଜର ୩ ମହଲା କୋଠା ନିର୍ମାଣ କରୁଥିଲେ।

ସେଥିରେ ମାତେନ୍ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ କୋଠାଟି ୩୩ କେଭି ଲାଇନ୍‌ର ମାତ୍ର ୪ ଫୁଟ୍ ତଳେ ରହିଥିବାରୁ ଅସାବଧାନତା ବଶତଃ ମାତେନ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କୁ ପ୍ରଥମେ ସୋନପୁର ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରୁ ରାଉରକେଲା ନିଆଯାଇଛି। ତେବେ ହାଇ ଭୋଲ୍‌ଟେଜ୍ ତାରର ଏତେ ପାଖରେ ଗୃହ ମାଲିକଙ୍କୁ କିଏ ଘର ନିର୍ମାଣ କରିବାକୁ ଅନୁମତି ଦେଲା ସେ ନେଇ ଚର୍ଚ୍ଚା ହେଉଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ହେଁ ଗୃହ ମାଲିକ କି କୌଣସି ବିଭାଗର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଘଟଣାକୁ ୪ ଦିନ ବିତିଗଲାଣି। ଅନ୍ୟପଟେ ବିଦ୍ୟୁତ୍ ବିଭାଗ ଏସଡିଓ ଉକ୍ତ ଘର ମାଲିକଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ତୁରନ୍ତ ଦାୟୀ ବ୍ୟକ୍ତି ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe