ସର୍ବନିମ୍ନ ମଜୁରୀ ସଂଶୋଧନ: ଅଣକୁଶଳୀ ଶ୍ରମିକ ଦୈନିକ ମଜୁରୀ ପାଇବେ ୨୮୦ ଟଙ୍କା

ସର୍ବନିମ୍ନ ମଜୁରୀ ସଂଶୋଧନ: ଅଣକୁଶଳୀ ଶ୍ରମିକ ଦୈନିକ ମଜୁରୀ ପାଇବେ ୨୮୦ ଟଙ୍କା

ଭୁବନେଶ୍ୱର: ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀରେ ମଙ୍ଗଳବାର ସଂଶୋଧନ ଆଣିଛନ୍ତି। ସଂଶୋଧନ ଅନୁସାରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ ଏବଂ ଉଚ୍ଚ କୁଶଳୀ ଶ୍ରମିକମାନେ ନୂତନ ଦରରେ ଶ୍ରମ ମୂଲ୍ୟ ପାଇବେ। ରାଜ୍ୟ ସରକାର ୩ ବର୍ଷ ପରେ ସର୍ବନିମ୍ନ ମଜୁରୀ ସଂଶୋଧନ କରିଛନ୍ତି। ସଂଶୋଧନ ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି।

ସଂଶୋଧନ ଅନୁସାରେ ଅଣକୁଶଳୀ ଶ୍ରମିକମାନଙ୍କ ଦୈନିକ ମଜୁରୀ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ଏହି ହିସାବରେ ଅଣକୁଶଳୀ ଶ୍ରମିକମାନେ ଦୈନିକ ମଜୁରୀ ୨୮୦ ଟଙ୍କା ପାଇବେ। ପୂର୍ବରୁ ସେମାନେ ୨୦୦ ଟଙ୍କା ପାଇ ଆସୁଥିଲେ। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୪୫ ପ୍ରତିଶତକୁ ବୃଦ୍ଧି ଘଟିଛି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୨୨୦ ଟଙ୍କାରୁ ୩୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି କୁଶଳୀ ଶ୍ରମିକଙ୍କ ମଜୁରୀ ୫୪ ପ୍ରତିଶତ ବୃଦ୍ଧି ହୋଇଛି। କୁଶଳୀ ଶ୍ରମିକମାନେ ଦୈନିକ ମଜୁରୀ ୨୪୦ ଟଙ୍କାରୁ ୩୭୦ ଟଙ୍କା ପାଇବେ। ଉଚ୍ଚ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୬୦ ପ୍ରତିଶତ ବୃଦ୍ଧି ହୋଇଛି। ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରୀ ୨୬୦ରୁ ୪୩୦ ଟଙ୍କା ବଢ଼ିଛି। ୧୫ଟି ନିୟୋଜନରେ ଠିକାକାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରୀ ବୃଦ୍ଧି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe