ଟ୍ରାକ୍ଟର ଚାପାରେ ଶ୍ରମିକ ମୃତ, ଡ୍ରାଇଭର ଫେରାର୍

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରାବିଡ଼ି ଗ୍ରାମରେ ଟ୍ରାକ୍ଟର ଚାପାରେ ରଞ୍ଜିତ ଜାଲ (୨୨) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସୋମବାର ପୂର୍ବାହ୍ଣ ୧୧ଟା ସମୟରେ ରାବିଡ଼ି ଗ୍ରାମର ଟ୍ରାକ୍ଟର ଚାଳକ ଶରତ ବଗର୍ତ୍ତି ଟ୍ରାକ୍ଟର (ଓଡି ୩୧କେ ୪୯୬୦)ରେ ବିଲରେ ହଳ କରୁଥିଲେ।

ଏହି ସମୟରେ ବିଲରେ ତଳି ପକାଉଥିବା ଶ୍ରମିକ ରଞ୍ଜିତଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ରଞ୍ଜିତଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଟ୍ରାକ୍ଟର ସହ ଚାଳକ ଘଟଣାସ୍ଥଳରୁ ଫେରାର ମାରିଥିବା ତଦନ୍ତକାରୀ ଅଧିକାରୀ ଉଦୟନାଥ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ମୃତ ରଞ୍ଜିତଙ୍କ ଘର ବାର୍ଡୋଲ ଗ୍ରାମରେ ବୋଲି ଜଣା ପଡ଼ିଛି। ଖବର ପାଇ ମନମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe