ଶ୍ରମିକଙ୍କ ମୃତ୍ୟୁଜନିତ କ୍ଷତିପୂରଣ ଦାବି ନେଇ ଖଣି ପ୍ରବନ୍ଧକଙ୍କ ଘର ସମ୍ମୁଖରେ ଧାରଣା

ସର୍ପାଘାତରେ ନାବାଳିକା ମୃତ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ଲୁହାଖଣିର ମ୍ୟାନେଜର ଅନୁପ ସାମନ୍ତଙ୍କ ବାସଗୃହରେ ଗୋରୁମହିଷାଣୀ ଗ୍ରାମର ମିନତୀ ମହାକୁଡ (୭୦) ଦୀର୍ଘ ବର୍ଷ ହେବ କାମ କରି ପେଟ ପୋଷୁଥିଲେ ଏବଂ ସେଠାରେ ହିଁ ରହୁଥିଲେ । ତେବେ ଆଜି ସକାଳୁ ସେ ଶୋଇକି ନ ଉଠିବାରୁ ପାଖକୁ ଯାଇ ଉଠାଇବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ । ଏ ସମ୍ବନ୍ଧରେ ତାଙ୍କ ପରିବାର ଲୋକଙ୍କୁ ଶ୍ରୀ ସାମନ୍ତ ଜଣାଇଥିଲେ । ତେବେ ମୃତ୍ୟୁର କାରଣ ଅଷ୍ପଷ୍ଟ ଥିବାରୁ ପରିବାର ଲୋକେ ଥାନାରେ ଜଣାଇଥିଲେ। ପରବର୍ତୀ ସମୟରେ ଶବକୁ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତ୍ତି କରିଥିଲେ।

ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି। ମିନତୀ ମହାକୁଡଙ୍କ ମୃତ୍ୟୁଜନିତ କ୍ଷତିପୂରଣ ବାବଦକୁ ଦୁଇଲକ୍ଷ ଟଙ୍କା ପରିବାର ଲୋକେ ଏବଂ ଶ୍ରମିକ ନେତାମାନେ ଦାବି କରି ଖଣି ମ୍ୟାନେଜର୍ ଅନୁପ ସାମନ୍ତଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସି ଦାବି କରିଥିଲେ। ପରବର୍ତ୍ତୀ ସମୟରେ ମ୍ୟାନେଜର ଶ୍ରୀ ସାମନ୍ତ କ୍ଷତିପୂରଣ ବାବଦକୁ ଟଙ୍କା ଦେବାକୁ ରାଜି ହେବାପରେ ଧାରଣାରୁ ହଟିଥିଲେ। ଧାରଣା ସମୟରେ ଶ୍ରମିକନେତା ଦୟାନିଧି ମହାକୁଡ, ହାମ୍ବାଇ କିସ୍କୁ, ମାଝିଆ ସୋରେନ୍, ମନରଞନ ସେଠୀ, ଭଟ ମହାକୁଡ, ଧୁମା ମହାକୁଡ, ବିଜୟ ମହାକୁଡଙ୍କ ସମେତ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏନେଇ ଗୋରୁମହିଷାଣୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe