ବାହାର କରିଦେଲା ଘର ମାଲିକ: ବିଶାଖାପାଟଣାରୁ ଚାଲି ଚାଲି ନବରଙ୍ଗପୁର-କଳାହାଣ୍ଡି ଫେରିଲେ ୨୭ ଦାଦନ ଶ୍ରମିକ

Advertisment
ବାହାର କରିଦେଲା ଘର ମାଲିକ: ବିଶାଖାପାଟଣାରୁ ଚାଲି ଚାଲି ନବରଙ୍ଗପୁର-କଳାହାଣ୍ଡି ଫେରିଲେ ୨୭ ଦାଦନ ଶ୍ରମିକ

ନବରଙ୍ଗପୁର: କରୋନାର ପ୍ରଭାବ ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ପ୍ରତକ୍ଷ ଭାବେ ପଡିଛି। ବାହାର ରାଜ୍ୟରେ ଫସିଥିବା ଶ୍ରମିକମାନେ ଖାଇବା ନପାଇ ବହୁ ହଇରାଣ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ୧୧ ଜଣ ଏବଂ କଳାହାଣ୍ଡି ଜିଲ୍ଲାର ୧୬ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶର ବିଶାଖାପାଟନାରୁ ଚାଲି ଚାଲି ନବରଙ୍ଗପୁରରେ ଆସି ପହଞ୍ଚିଛନ୍ତି । ଏହି ଶ୍ରମିକମାନେ ଗତ ରବିବାର ଦିନ ବିଶାଖାପାଟଣାରୁ ବାହାରି ଚାଲି ଚାଲି ଅଖିଆ ଅପିଆ ହୋଇ ନବରଙ୍ଗପୁରରେ ପହଞ୍ଚିବା ପାଇଁ ୪ ଦିନ ସମୟ ଲାଗିଛି। ଫେରିଥିବା ଦାଦନ ଶ୍ରମିକ ମାନେ କହିବା ଅନୁଯାୟୀ ସେମାନେ ବିଶାଖାପାଟଣାର ଗାଜୱାକା ଠାରେ ଟାଟା ପ୍ରକଳ୍ପର ପାଇପ ଲାଇନ କାମରେ ଶ୍ରମିକ ଭାବେ ନିୟୋଜିତ ରହିଥିଲେ।

ଏହି ଶ୍ରମିକମାନେ ୨୦ ତାରିଖ ପର୍ଯ୍ୟନ୍ତ ନିଜ ନିଜ କାମରେ ନିୟୋଜିତ ହୋଇଥିଲେ। ୨୨ ତାରିଖ ରେ ଗୃହାବଦ୍ଧ ଘୋଷଣା କରାଯାଇଥିଲା। ତା ପରଠୁ କାମ ବନ୍ଦ। ପାଖରେ ଚଳିବା ପାଇଁ ଅର୍ଥ ନାହିଁ। ପାଖରେ ସଂଚୟ ହୋଇ ଥିବା ଅର୍ଥ ଖର୍ଚ୍ଚ ହୋଇଗଲା। ଘର ମାଲିକ ଘରୁ ବାହାର କରିଦେଲେ। କେହି ଗୁହାରୀ ଶୁଣିଲେ ନାହିଁ। ଏପରି ଅବସ୍ଥା ରେ କିଛି ଉପାୟ ନପାଇ ଯଦି ମରିବୁ ତେବେ ଗାଁ ରେ ଯାଇ ମରିବୁ ବୋଲି ଚିନ୍ତା କରି ଗତ ରବିବାର ଦିନ ଚାଲି ଚାଲି ଘରକୁ ଯିବା ପାଇଁ ନିଷ୍ପତି କରିଲୁ। ଚାଲି ଚାଲି ଆସିବା ବେଳେ ଗତ ସମବାର ଦିନ ଅନନ୍ତପୁରମ ପେଟ୍ରୋଲ ପମ୍ପର ମାଲିକ ତାଙ୍କୁ ଖାଇବା ଦେବା ସହ ୧ଶହ ଟଙ୍କା ଲେଖାଏଁ ହାତ ଖର୍ଚ୍ଚ ଦେଇଥିଲେ । ସେମାନେ ଗତ କାଲି ସାଲୁରୁ ଘାଟି ପର୍ଯ୍ୟନ୍ତ ଚାଲି ଚାଲି ଆସିବା ପରେ ସାଲୁରୁ ଘାଟି ରେ ଗୋଟିଏ ଗାଡି ମିଳିଥିଲା। ସେହି ଗାଡିରେ ସେମାନେ ଆସି କୋରାପୁଟ ଜିଲ୍ଲାର ପଟାଙ୍ଗି ରେ ଆସି ପହଞ୍ଚିଥିଲେ।

publive-image

କେରାପୁଟ ଜିଲ୍ଲାର ପଟାଙ୍ଗିରେ ଗତକାଲି ରାତିରେ ପୁଲିସ ମେଡିକାଲକୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପରେ ଖାଇବା ପାଇଁ ଦେଇଥିଲେ। ପଟାଙ୍ଗିରୁ ପୁଣି ଚାଲି ଚାଲି ଆସି ଆଜି ସକାଳୁ ନବରଙ୍ଗପୁରରେ ପହଞ୍ଚିଥିଲେ। ବିଶାଖାପାଟନାରୁ ନବରଙ୍ଗପୁର ପ୍ରାୟ ୨୮୦ କିମି ହୋଇଥିବା ବେଳେ ସେମାନେ ୨୨୦ କିମି ଚାଲି ଚାଲି ଆସିଥିବାର କହିଛନ୍ତି । ଶ୍ରମିକ ମାନଙ୍କୁ ମଙ୍ଗଳମ୍ ଟିମ୍ବରସ୍ ଛକରେ ପୁଲିସ ଅଟକାଇଥିଲା। ଶ୍ରମ ବିଭାଗ ଓ ପୌରପରିଷଦ ପକ୍ଷରୁ ସେମାନଙ୍କୁ କିଛି ସଙ୍ଗରୋଧ ଭାବେ ରଖିବା ପାଇଁ ଅସ୍ଥାୟୀ ଶିବିର ପାଇଁ ପ୍ରୟାସ କରିଥିଲେ। ପ୍ରାରମ୍ଭିକ ସମୟ ରେ ସହର ରେ କିଛି ସହରର ସାହିବାସିନ୍ଦା ବାହାର ରାଜ୍ୟରୁ ଫେରନ୍ତାଙ୍କୁ ଆଶ୍ରୟ ଦିଆଯିବ ନାହିଁ ବୋଲି କହିବା ପରେ ପ୍ରଶାସନ ଶ୍ରମିକ ମାନଙ୍କୁ ଆଶ୍ରୟ ଦେବା ରେ ନାକେଦମ ହୋଇଥିଲା।

ପରବର୍ତ୍ତୀ ସ୍ଥାନରେ କିଛି ଶିବିରରେ ନେଇ ଉକ୍ତ ଶ୍ରମିକ ମାନଙ୍କୁ ନେଇ ରଖିଥିଲା। ଫେରିଥିବା ଶ୍ରମିକମାନେ ହେଲେ ଚନ୍ଦାହାଣ୍ଡି ବ୍ଲକର ୧୧ ଜଣ, କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବ୍ଲକ ୬ଜଣ, କୋକସରା ବ୍ଲକ ର ଜଣେ, ଜୟପାଟନା ବ୍ଲକର ୨ ଜଣ, ଗୋଲାମୁଣ୍ଡା ବ୍ଲକର ୩ ଜଣ, ଜୁନାଗଡ ବ୍ଲକର ଜଣେ ଏହିପରି ଭାବେ କଳାହାଣ୍ଡି ଜିଲ୍ଲାର ୧୬ ଜଣ ଦାଦନ ଶ୍ରମିକ ଏବେ ନବରଙ୍ଗପୁରରେ ଆଶ୍ରୟ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe