ଏମ୍ଏସ୍‌ପି କାରଖାନାରେ ଶ୍ରମିକ ଅଶାନ୍ତି, ଥାନାରେ ଅଭିଯୋଗ

Advertisment
ଏମ୍ଏସ୍‌ପି କାରଖାନାରେ ଶ୍ରମିକ ଅଶାନ୍ତି, ଥାନାରେ ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଏମ୍ଏସ୍‌ପି କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଛି। କାରଖାନା କର୍ତ୍ତୃପକ୍ଷ ଶ୍ରମିକଙ୍କୁ ତାଙ୍କର ହକ୍‌ ନଦେଇ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ଆଜି ଶ୍ରମିକମାନେ କେନ୍ଦୁଝର ସଦର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ତଥା ସ୍ଥାନୀୟ ସରପଞ୍ଚ ସଂଜୟ ମୁଣ୍ଡାଙ୍କ କହିବା ଅନୁଯାୟୀ, ଗତ ୨୬ ତାରିଖ ପୂର୍ବାହ୍ନ ୧୦ଟା‌ବେଳେ ସେ ଏମ୍‌ଏସ୍‌ପି କାରଖାନାକୁ ଯାଇଥିଲେ। ପ୍ଲାଣ୍ଟ ଯୋଗୁଁ ହେଉଥିବା ପ୍ରଦୂଷଣ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି। ଏହାର ପ୍ରତିକାର ପାଇଁ ବୃକ୍ଷରୋପଣ କରିବାକୁ କାରଖାନା କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଦେବାକୁ ଯାଇଥିଲେ। ସେଠାରେ ତାଙ୍କୁ ଦୁର୍ବ୍ୟବହାର କରଯାଇଥିବା ଅଭିଯୋଗ ହୋଇଛି। ଏପରିକି କାରଖାନାର ଅଧିକାରୀମାନେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଶ୍ରୀ ମୁଣ୍ଡା ଅଭିଯୋଗ କରିଛନ୍ତି।

ଏନେଇ ସେ ଶତାଧିକ ଶ୍ରମିକଙ୍କ ସହ କେନ୍ଦୁଝର ସଦର ଥାନାକୁ ଆସି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ କହିଛନ୍ତି, କାହାରିକୁ ଦୁର୍ବ୍ୟବହାର କରାଯାଇ ନାହିଁ। ଜନପ୍ରତିନିଧି ଓ ଶ୍ରମିକମାନଙ୍କୁ କମ୍ପାନି ସର୍ବଦା ସମ୍ମାନ ଦେଇଆସିଛି। ପରିବେଶ ସୁରକ୍ଷାକୁ କମ୍ପାନି ଅଗ୍ରାଧିକାର ଦେଇଆସିଛି। ବିଗତ ବର୍ଷମାନଙ୍କରେ ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା। ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe