ଭଡ଼ାଘରୁ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଫେରାର୍

Advertisment
ଭଡ଼ାଘରୁ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଫେରାର୍

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ସହରର ଜେଏମ୍‌ଜି ସ୍କୁଲ ପାଖ ଏକ ଭଡ଼ାଘରୁ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ରାତି ୧୧ଟାରେ ଟ୍ରେନ୍‌ରେ ରାଜ୍ୟ ବାହାର ସୀତାପୁରକୁ ଚାଲାଣ ହେବାକୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିଛି। ଘଟଣାସ୍ଥଳରୁ ଦାଦନ ସର୍ଦ୍ଦାର ଫେରାର୍ ମାରିଥିବା ବେଳେ କାର୍ତ୍ତିକ ସତନାମୀ ସର୍ଦ୍ଦାର ଘରେ ସେମାନଙ୍କୁ ରଖିଥିବା ପୁଲିସ୍‌ ଜାଣିବାକୁ ପାଇଛି। ଶ୍ରମିକମାନେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖଲିଆପାଲି, ବୃନ୍ଦାବାହାଲ, ଭରୁଆମୁଣ୍ଡା ଓ ସିନାପାଲି ଗାଁର ବୋଲି ଜଣାପଡିଛି। ଏଥିରେ ୧୩ ଜଣ ମହିଳା ଓ ପୁରୁଷ ଥିବା ବେଳେ ୭ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି। କାଗଜପତ୍ର ଯାଞ୍ଚ ପରେ ସେମାନଙ୍କୁ ଘରେ ଛଡ଼ାଯିବ ବୋଲି ଥାନା ଅଧିକାରୀ ରଶ୍ମିତା ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe