ଚାଲିଚାଲି ଫେରୁଛନ୍ତି ୪ ଶ୍ରମିକ; ୩୦୦ କିଲୋମିଟର ଚାଲିଲେ ପହଞ୍ଚିବେ ଘରେ

Advertisment
ଚାଲିଚାଲି ଫେରୁଛନ୍ତି ୪ ଶ୍ରମିକ; ୩୦୦ କିଲୋମିଟର ଚାଲିଲେ ପହଞ୍ଚିବେ ଘରେ

ରାଉରକେଲା: ସୁନ୍ଦରଗଡ଼ ଏନଟିପିସି ମେଡିକାଲ କଲେଜର ନିର୍ମାଣକାର୍ଯ୍ୟରେ ନିୟୋଜିତ ଚକ୍ରଧରପୁରର ୪ ଜଣ ନିର୍ମାଣ ଶ୍ରମିକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ସବୁ ନିର୍ମାଣକାର୍ଯ୍ୟକୁ ବନ୍ଦ ରଖିବାକୁ ସରକାର ନିର୍ଦେଶ ଦେବା ପରେ ସଂପୃକ୍ତ ଠିକାଦାର ସେମାନଙ୍କୁ ଛାଡ଼ି ପଳାଇଯାଇଥିଲା। ତେବେ ପାଖରେ ପଇସା କିମ୍ବା ଖାଦ୍ୟ ନ ଥିବାରୁ ଚାଲି ଚାଲି ସେମାନେ ଚକ୍ରଧରପୁରସ୍ଥିତ ନିଜ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ।

ଗତକାଲି ସକାଳ ୮ଟାରୁ ସେମାନେ ସୁନ୍ଦରଗଡ଼ରୁ ବାହାରିଛନ୍ତି। ପ୍ରାୟ ୩୦୦ କିଲୋମିଟର ଚାଲି ଚାଲି ନିଜ ଘରକୁ ଯିବେ। ସେମାନେ ବାଟରେ ଯିଏ ଯାହା ଦୟା ଦେଖାଇ ଖାଇବାକୁ ଦେଉଛି, ତାକୁ ଖାଇ ପୁଣି ଚାଲିଚାଲି ଘର ଅଭିମୁଖେ ବାହାରିଛନ୍ତି। ଏମିତିକି ଗତକାଲି ବିଜୁ ଏକ୍ସପ୍ରେସ ରାସ୍ତା କଡରେ ଶୋଇ ରାତ୍ରିଯାପନ କରିଥିଲେ। ଆଜି ସକାଳେ ସେମାନେ ରାଉରକେଲାରେ ପହଂଚିବାପରେ କିଛି ଲୋକ ସେମାନଙ୍କୁ ଖାଇବାକୁ ଦେଇଥିଲେ। କିଛି ସମୟ ପରେ ସମସ୍ତ ୪ ଶ୍ରମିକ ପୁଣି ଚାଲି ଚାଲି ଘର ଅଭିମୁଖେ ବାହାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe