ଆନ୍ଧ୍ରରୁ ଫେରୁଛି ଆଉଜଣେ ଶ୍ରମିକଙ୍କ ଶବ

Advertisment
ଦୁଇ ଛାତ୍ରଙ୍କ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ଇନ୍‌ଷ୍ଟା ପୋଷ୍ଟ, ସୁଇସାଇଡ୍‌ ନୋଟ୍‌

କୋକସରା: ଦାଦନ ଖଟିବାକୁ ଆନ୍ଧ୍ର ଯାଇଥିବା ଆଉଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କୋକସରା ବ୍ଲକ୍ ସାନପୋଡ଼ାଗୁଡ଼ା ପଞ୍ଚାୟତ କଲୋନିପଡ଼ାର କୃତିକ ମାଝୀ (୩୫) ଗତ ବର୍ଷ ଅକ୍ଟୋବର ମାସରେ ତାଙ୍କ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ଦାଦନ ସର୍ଦ୍ଦାରର ପ୍ରଲୋଭନରେ ପଡ଼ି ବିଜୟୱାଡ଼ା ନିକଟରେ ଥିବା ଏକ ଇଟାଭାଟିରେ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ।

ଶନିବାର ଅପରାହ୍ନରେ ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କୃତିକଙ୍କୁ ବିଜୟୱାଡ଼ାର ଏକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହାପରେ କୃତିକଙ୍କ ସାନଭାଇ ରାଜ ମାଝୀ ଏକ ଘରୋଇ ଆମ୍ବୁଲାନ୍ସରେ ମୃତଦେହକୁ ନେଇ ଭିଟାମାଟିକୁ ଫେରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe