ଭିମସାର ରକ୍ତଭଣ୍ଡାରରେ ରକ୍ତ ସଂକଟ

Advertisment
ଭୀମସାରରେ ହେବ ସବୁ ଜିଲ୍ଲା ପାଇଁ ଅଲଗା ହେଲ୍ପ ଡେକ୍ସ

www.vimsar.ac.in

ବୁର୍ଲା: ପଶ୍ଚିମ ଓଡ଼ିଶାର ସ୍ଵାସ୍ଥ୍ୟ ସେବାର ପ୍ରାଣକେନ୍ଦ୍ର ବୁର୍ଲା ଭିମସାରର ରକ୍ତଭଣ୍ଡାରରେ କିଛିଦିନ ହେବ ରକ୍ତ ସଂକଟ ହେଉଥିବା ଦେଖିବାକୁ ମିଳୁଛି। ପଞ୍ଚାୟତ ନିର୍ବାଚନା ଓ ଏବେ ପ୍ରବଳ ଖରା ଯୋଗୁଁ ରକ୍ତଦାନ ଶିବିର ଆୟୋଜନ ହୋଇ ନପାରିବା ଫଳରେ ଏପରି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ବିଶେଷକରି ଦୁଇଟି ଗ୍ରୁପ୍ ଏ+ ଏବଂ ‘ଏବି +’ ଗ୍ରୁପର ରକ୍ତ ଉପଲବ୍ଧ ହେଉ ନଥିବା ଜଣାପଡ଼ିଛି। ଫଳରେ ରକ୍ତଭଣ୍ଡାର ତରଫରୁ ଏହାକୁ ବ୍ୟବସ୍ଥିତ କରିବା କାଠିକର ପାଠ ହୋଇଛି।

ସେପଟେ ରକ୍ତଭଣ୍ଡାରରେ ମାତ୍ର ୧୦୨ ୟୁନିଟ ରକ୍ତ ଗଚ୍ଛିତ ଥିବା ସୂଚନା ମିଳିଛି। ଯାହାକି ଦୁଇଦିନରେ ସମାପ୍ତ ହୋଇଯିବ। ଦୈନିକ ୮୦ ୟୁନିଟ ରକ୍ତ ଭିମସାରରେ ଆବଶ୍ୟକ ହେଉଥିବାବେଳେ କମ୍ପେନେଣ୍ଟ ରକ୍ତ ୟୁନିଟକୁ ମିଶାଇଲେ ଏହା ଦୈନିକ ୧୨୦ ୟୁନିଟ୍‌ ପର୍ଯ୍ୟନ୍ତ ପହଞ୍ଚି ଯାଉଛି। ଦୁରାରୋଗ୍ୟ ଥାଲାସେମିଆ ରୋଗୀଙ୍କ ରକ୍ତ ହିଁ ତାଙ୍କର ଜୀବନଧାରଣର ମୂଳ ନିଦାନ। ଦୈନିକ ଏହି ଥାଲାସେମିଆ ରୋଗୀଙ୍କ ୨୦ରୁ ୨୨ ରୋଗୀଙ୍କୁ ରକ୍ତ ବ୍ୟବସ୍ଥା କରିବା ଆବଶ୍ୟକ ହୋଇଥାଏ। ଏଭଳି କ୍ଷେତ୍ରରେ ଭିମସାର ରକ୍ତଭଣ୍ଡାର ବର୍ତ୍ତମାନ ରକ୍ତ ଅଭାବ ଦେଖାଦେବା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟତିକ୍ରମ ଘଟାଇବା ଆଶଙ୍କା ରହିଛି।  ଗୁରୁବାର ଜଣେ ରୋଗୀଙ୍କ ‘ଏ ପିଜିଟିଭ’ ଗ୍ରୁପର ରକ୍ତ ଆବଶ୍ୟକ ଥିବାବେଳେ ଏହି ଗ୍ରୁପର ରକ୍ତ ରକ୍ତଭଣ୍ଡାରରେ ଉପଲବ୍ଧ ନହେବାରୁ ରୋଗୀଙ୍କ ପ୍ରିୟଜନମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିଛି ସହୃଦୟ ସ୍ଵେଚ୍ଛାସେବୀ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ପଠାଇ ରକ୍ତ ପାଇଁ ଉଦ୍ୟମ କରି  ଯୋଗାଡ଼ କରିଥିବା ଜଣାପଡ଼ିଛି।

ଏହି ସମ୍ବନ୍ଧରେ ବୁର୍ଲା ରକ୍ତ ଭଣ୍ଡାରର ଜନ ସମ୍ପର୍କ ଅଧିକାରୀ  ଦେବାଶିଷ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଖରାଦିନ ହୋଇ ଥିବାରୁ ରକ୍ତଦାନ ଶିବିର ଆୟୋଜନ କାମିଯାଇଛି। ଫଳରେ ରକ୍ତଭଣ୍ଡାରରେ ରକ୍ତ ସଂକଟ ଦେଖାଦେଉଛି। ଯଦି କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ରକ୍ତଦାନ ଶିବିର ଆୟୋଜନ କରିବେ ତା’ହେଲେ ରକ୍ତ ପାଇଁ ଆଉ କାହାରି ଜୀବନ ଯିବ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe