ବର୍ଷା ପରେ ସାର ଅଭାବ: ରେକ୍‌ ପଏଣ୍ଟ ବନ୍ଦ ଯୋଗୁଁ ସାର ଯୋଗାଣ ବାଧାପ୍ରାପ୍ତ

ଖରିଫ-୨୩ ପାଇଁ ପ୍ରସ୍ତୁତି: ୭୩ ହଜାର ମେଟ୍ରିକ୍‌ ଟନ୍‌ କମ ସାର ଯୋଗାଣ

kst-transportation.com

ଝାରସୁଗୁଡ଼ା : ଝାରସୁଗୁଡ଼ାଠାରେ ଥିବା ରେକ୍‌ ପଏଣ୍ଟକୁ ରେଳ ବିଭାଗ ଫେବ୍ରୁଆରି ମାସରୁ ବନ୍ଦ କରି ଦେଇଛି। ଫଳରେ ଟ୍ରେନ୍‌ ଯୋଗେ ଆସୁଥିବା ସାର ଏଠାରେ ଓହ୍ଲାଇ ପାରୁନଥିବାରୁ ସାର ଯୋଗାଣ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି। ଗତ କିଛି ଦିନ ଧରି ବର୍ଷା ହୋଇ ଚାଷ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। କାଦୁଅ କରି ଚାଷୀ ବେଉଷଣ କାମ କଲା ବେଳକୁ ବିଲରେ ୟୁରିଆ ସାର ପ୍ରୟୋଗ ଜରୁରୀ ହୋଇଥିବା ବେଳେ ଏବେ ସାର ଅଭାବ ଦେଖା ଦେଇଛି।

publive-image 123rf.com

ଜିଲ୍ଲାକୁ ‌ଟ୍ରେନ୍ ଯୋଗେ ସାର ଯୋଗାଣ ହୋଇଥାଏ। ରେକ୍‌ ଯୋଗେ ସିଧାସଳଖ ଏଠାରେ ଓହ୍ଲାଇ ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ସାର ଯୋଗାଇ ଦିଆଯାଇଥାଏ। ତେବେ ଝାରସୁଗଡ଼ା- ରାଉରକେଲା ତୃତୀୟ ଲାଇନ ବିଛା କାମ କରାଯାଉଥିବା କାରଣରୁ ରେଳ ବିଭାଗ ଏଠାରେ ଥିବା ରେକ୍‌ପଏଣ୍ଟକୁ ବନ୍ଦ କରି ଦେଇଛି। ଫଳରେ ରେକ୍‌ ଏଠାରେ ପହଞ୍ଚିବା ବନ୍ଦ ହୋଇଯାଇଛି। ଏବେ ଟ୍ରେନ ଯୋଗେ ସାର ‌ସମ୍ବଲପୁର‌ ପର୍ଯ୍ୟନ୍ତ ଆସୁଥିବା ବେଳେ ସେଠାରୁ ସଡ଼କ ପଥରେ ଝାରସୁଗୁଡ଼ା ଜିଲ୍ଲାକୁ ଯୋଗାଣ ହେଉଛି। ସଡ଼କ ପଥରେ ଅଧିକ ୫୦ କିମି ଆସୁଥିବାରୁ ଏଥିରେ ଅଧିକ ସମୟ ଓ ଅର୍ଥ ଲାଗୁଥିବା କୃଷି ବିଭାଗ ପକ୍ଷରୁ ଜଣାଯାଇଛି। ଝାରସୁଗୁଡ଼ା ଠାରେ ଥିବା କଣ୍ଟେନର କର୍ପୋରେସନ ଅଫ୍‌ ଇଣ୍ଡିଆର ଲଜିଷ୍ଟିକ୍‌ ପାର୍କ ଥିବା ବେଳେ ଏଠାରେ ରେକ୍‌ ଆସି ଓହ୍ଳାଇବା ପାଇଁ ସବୁ ପ୍ରକାର ସୁବିଧା ରହିଛି ତେବେ ଏଠାରେ ରେକ୍‌ ଆସି ଓହ୍ଲାଇଲେ ନିଗମକୁ ଲକ୍ଷାଧିକ ଟଙ୍କା ଦେୟ ଦେବାକୁ ପଡ଼ିବ। ଏହି ଅର୍ଥ କେଉଁ ପାଣ୍ଠିରୁ ପରିଶୋଧ କରାଯିବ ସେ ନେଇ କୌଣସି ବ୍ୟବସ୍ଥା ନଥିବାରୁ ଏଠାରେ ସୁବିଧା ଥିଲେ ମଧ୍ୟ ରେକ୍‌ ଆସି ପାରୁ ନାହିଁ।

publive-image

ଏ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା ବେଳେ ରାଜ୍ୟ କୃଷି ବିଭାଗକୁ ମଧ୍ୟ ଅବଗତ କରାଯାଇଥିବା ସିଡିଏଓ ପ୍ରଭାତ କୁମାର ମାର୍ଥାଙ୍କ ଠାରୁ ଜଣାଯାଇଛି। ଏପଟେ ସାର ଅଭାବ ଯୋଗୁଁ ଚାଷୀ ବ୍ୟାକୁଳ ହୋଇ ପଡ଼ିଛି। ଝାରସୁଗୁଡ଼ା ଜିଲ୍ଲାରେ ଖରିଫ ପାଇଁ ଏପ୍ରିଲ ମାସରୁ ସେପ୍ଟ‌େମ୍ବର ମାସ ପର୍ଯ୍ୟନ୍ତ ଅବଶ୍ୟକ ହେଉଥିବା ବିଭିନ୍ନ ସାରର ପରିମାଣ ୧୨ ହଜାର ୫୧୫ ଟନ୍‌ ଅଟେ। ଏହି ସାର ଗୁଡ଼ିକ ମଧ୍ୟରେ ୟୁରିଆ ୫୫୦୦ ଟନ୍‌, ଡିଏପି ୩୩୦୦ ଟନ୍‌, ଏମ୍‌ଓପି ୧୨୨୦ ଟନ୍‌, ଏଆଇଏସ୍‌ ୫୦ ଟନ୍‌, ଏସ୍‌ଏସ୍‌ପି ୩୦୦ ଟନ୍‌, ଏନ୍‌ପିକେ ୨୧୪୫ ଟନ୍‌ ଅବଶ୍ୟକ ହୋଇଥାଏ। ଏହି ସମସ୍ତ ସାରକୁ ବିଭିନ୍ନ ମାସର ଅବଶ୍ୟକତା ନେଇ କୃଷି ବିଭାଗ ପକ୍ଷରୁ ବରାଦ କରାଯାଇ ଥାଏ। ଏଥିରେ ଏପ୍ରିଲ ମାସରେ ୬୭୩.୭୫ ଟନ୍‌, ମଇ ମାସରେ ୧୨୬୯.୨୫ ଟନ୍‌, ଜୁନ୍‌ ମାସରେ ୫୮୨୦ ଟନ୍‌, ଜୁଲାଇ ମାସରେ ୨୪୯୫.୭୫ ଟନ୍‌, ଅଗଷ୍ଟ ମାସରେ ୧୩୧୬ ଟନ୍‌, ସେପ୍ଟେମ୍ବର ମାସରେ ୯୪୦.୨୫ ଟନ୍‌ ସାରର ଆବଶ୍ୟକ ହୋଇଥାଏ। କେବଳ ୟୁରିଆ ସାର ଜୁଲାଇ ମାସରେ ୧୬୦୦ ଟନ୍‌ ଓ ଅଗଷ୍ଟ ମାସରେ ୧୧୦୦ ଟନ୍‌ ଆବଶ୍ୟକ ପଡ଼ିଥାଏ। କୃ୍ଷି ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରେ ୟୁରିଆ ସାର ୧୫୬୮.୦୬ ଆସିଥିବା ବେଳେ ୧୨୫୨.୦୭ ବିକ୍ରି ହୋଇ ସାରିଛି। ବର୍ତ୍ତମାନ ୩୧୫.୯୯ ଟନ୍‌ ଗଚ୍ଛିତ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe